୫ ଦିନରେ ୫ ଦୁଷ୍କର୍ମ: ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ୩ ବର୍ଷୀୟା ନାବାଳିକା

ହିସାର୍‌: ହରିୟାଣାରେ ଦୁଷ୍କର୍ମ ଭଳି ଅମାନୁଷିକ ଘଟଣା ବନ୍ଦ ହେବାର ନାଁ ନେଉନାହିଁ। ଆଜି କ୍ରମାଗତ ଭାବେ ପଞ୍ଚମ ଦିନରେ ପଞ୍ଚମ ଦୁଷ୍କର୍ମ ଘଟଣା ଘଟିଛି ହରିୟାଣାର ହିସାରରେ।

ଆଜିର ଘଟଣାରେ ଜନୈକ ୧୫ ବର୍ଷ ବୟସ୍କ ନାବଳକ ଜନୈକା ୩ ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ କରିଥିବା ଲୋକଲୋଚନକୁ ଆସିଛି। ସ୍ଥାନୀୟ ଲୋକେ ଦୁଷ୍କର୍ମକାରୀ ନାବାଳକକୁ ଧରି ପୋଲିସ୍‌ର ଜିମା ଦେଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଟି ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଯେ, ନାବାଳିକାର ପିତା ସ୍ଥାନୀୟ ଏକ କମ୍ପାନିରେ କାମ କରୁଥିବା ବେଳେ, ତା’ର ମାତା ପାଖ ପଡ଼ୋଶୀଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରନ୍ତି। ଆଜି ପୂର୍ବାହ୍ନରେ ନାବାଳିକାଟିର ଉଭୟ ପିତାମାତା କାମକୁ ବାହାରିଯିବା ପରେ ନାବାଳିକାଟି ଏକୁଟିଆ ଘରେ ଥିଲା। ଏହାର ସୁଯୋଗ ନେଇ ସେମାନଙ୍କ ଘର ପାଖରେ ରହୁଥିବା ୧୫ ବର୍ଷ ବୟସ୍କ ଏକ ନାବାଳକ ଘର ଭିତରେ ପଶି ନାବାଳିକାଟିକୁ ଦୁଷ୍କର୍ମ କରିଥିଲା। ନାବାଳିକାଟିର ଚିତ୍କାର ଶୁଣି ପାଖ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ନାବାଳକ ଦୁଷକର୍ମକାରୀକୁ ଧରିବା ସହ ତାକୁ ପୋଲିସର ଜିମା ଦେବା ସହ ପୀଡ଼ିତାକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ।

ସମ୍ବନ୍ଧିତ ଖବର