ହରିଆଣା: ହରିଆଣାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହୋଟେଲ୍ ନିଜ ନାଁରେ ନକରିବାରୁ ଜଣେ ପୁଅ ବାପାମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହରିଆଣାର ଝଝର ରୋଡ୍ରେ ଥିବା ୱାର୍ଡ ୧୮ର ହୋଟେଲ୍କୁ ନିଜ ନାଁରେ କରିବାକୁ ପୁଅ ବାପାମାଆଙ୍କୁ କହିଥିଲା। ବାପାମାଆ ତା’ କଥା ନମାନିବାରୁ ସେ ରାଗରେ ଆସି ସେମାନଙ୍କୁ ଗୁଳି କରି ହତ୍ୟା କରିଛି।
ଆଜି ଭୋର୍ ୪ଟାରୁ ଏହି ୨ଟି ହତ୍ୟା ବିଷୟରେ ତଥ୍ୟ ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ପ୍ରାଥମିକ ତଦନ୍ତ କରି ମୃତ ବାପ ଜଣକ ଚନ୍ଦବାନ୍(୫୮) ବୋଲି ଜାଣିବାକୁ ପାଇଛି। ଚନ୍ଦ୍ରବାନଙ୍କର ନିଜର ଏକ ହୋଟେଲ୍ ଅଛି। ତାଙ୍କ ପୁଅ ତରୁଣ ହୋଟେଲ୍ଟିକୁ ନିଜ ନାଁରେ କରିବାକୁ ବାପାଙ୍କୁ କହିଲେ। ବାପା ଅରାଜି ହେବାରୁ ସେ ଏପରି କାଣ୍ଡ ରଚିଛନ୍ତି।
ଘଟଣାରୁ ପ୍ରକାଶ ଯେ ତରୁଣ ଭୋର୍ ପ୍ରାୟ ୪ଟା ବେଳେ ତାଙ୍କ ବାପାମାଆ ଶୋଇଥିବା ଅବସ୍ଥାରେ ତାଙ୍କ ରୁମ୍କୁ ଯାଇଥିଲେ ଓ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ତରୁଣ ପତ୍ନୀ ଆସି ଦେଖନ୍ତି ତ ତାଙ୍କ ଶାଶୂ ଓ ଶଶୁର ଖଟରେ ଶୋଇଛନ୍ତି ଓ ଖଟ ସାରା ରକ୍ତରେ ଜୁଡୁବୁଡୁ ହୋଇଛି। ସେ ତା’ପରେ ଏ ନେଇ ପୁଲିସ୍କୁ ଖବର ଦେଲେ। ମାତ୍ର ପୁଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତରୁଣ ତାଙ୍କ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇ ସାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/f0c4e684-0a99-451d-9560-16e697885b7d.jpg)