ମିଛ ଦୁଷ୍କର୍ମର ଆରୋପ ଲଗାଇ ପତ୍ନୀ ବ୍ଲାକ୍‌ମେଲ କରୁଥିବାରୁ ଆତ୍ମହତ୍ୟା କଲେ ଫାର୍ମାସିଷ୍ଟ

ପାନିପତ : ହରିୟାଣାର ପାନିପତରେ ଜଣେ ଫାର୍ମାସିଷ୍ଟି ପତ୍ନୀଙ୍କ ଦ୍ୱାରା ବ୍ଲାକ୍‌ମେଲିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ନିଜକୁ ବିଷାକ୍ତ ଇଞ୍ଜେକ୍ସନ୍‌ ଦେଇ ପୀଡ଼ିତ ଏଭଳି ପଦକ୍ଷେପ ନେଇଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ପୂର୍ବରୁ ୬ପୃଷ୍ଠା ବିଶିଷ୍ଟ ସୁଇସାଇଡ୍‌ ନୋଟ୍‌ରେ ନିଜର ମୃତ୍ୟୁ ପାଇଁ ସ୍ତ୍ରୀ, ଶାଶୁ, ଶଳା ଓ ଶାଳୀକୁ ଦାୟୀ କରିବା ସହ ୯୦ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତ । ଏହା ସହ ସୁଇସାଇଡ୍‌ ନୋଟ୍‌ରେ ଜଣେ ମେଡିକାଲ ଷ୍ଟୋର ସଞ୍ଚାଳକଙ୍କ ନାଁ ନେଇ ସେ ୧୦ଲକ୍ଷ ଟଙ୍କା ହଡ଼ପ କରିଥିବାର ଅଭିଯୋଗ କରିଛନ୍ତି ପୀଡ଼ିତ । ଘଟଣାଟି ବୁଧବାର ସକାଳେ ଘଟିଥିବା ଜଣା ପଡ଼ିଛି ।

Related image
psych.ubc.ca

ସୂଚନା ମୁତାବକ, ଲତିଫ୍‌ ଗାର୍ଡେନରେ ରହୁଥିବା ବଳବାନ ସିଂହ ମଲିକ୍‌ଙ୍କ ପ୍ରଥମ ପତ୍ନୀ ସଙ୍ଗୀତାଙ୍କ ମୃତ୍ୟୁ ପରେ ସେ ରୋହତକରେ ରହୁଥିବା କିରଣଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପେସାରେ କିରଣ ଜଣେ ଶିକ୍ଷୟତ୍ରୀ ଥିବା ବେଳେ ବଳବାନ ଜିଲ୍ଲା ଜେଲ୍‌ରେ ଫାର୍ମାସିଷ୍ଟ୍‍ ଭାବେ କାମ କରୁଥିଲେ । ବଳବାନଙ୍କ ପ୍ରଥମ ପତ୍ନୀଙ୍କଠାରୁ ହୋଇଥିବା ପୁଅ ନବୀନଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ କିରଣ ଓ ତାଙ୍କ ମା’ ଘରୁ ଥର ଥର କରି ୯୦ ଲକ୍ଷ ଟଙ୍କାର ଜିନିଷ ଚୋରି କରି ନେଇଥିଲେ । ଏ ନେଇ ବିରୋଧ କରିବାରୁ ଗତ ଅପ୍ରେଲ ମାସରେ କିରଣ ବଳବାନଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ମଧ୍ୟ କରିଥିଲେ । ତେବେ ମାମଲାର ଫେରାଇ ଆଣିବା ପାଇଁ କିରଣ ବଳବାନଙ୍କୁ ବ୍ଲାକ୍‌ମେଲ କରିବା ସହ ଘର ବିକ୍ରି କରି ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ବାରମ୍ବାର ବ୍ଲାକ୍‌ମେଲ ହେବା ପରେ ଶେଷରେ ବୁଧବାର ଆତ୍ମହତ୍ୟାକୁ ବାଛି ନେଇଥିଲେ ବଳବାନ ।

ସମ୍ବନ୍ଧିତ ଖବର