ବିବାହ ପରେ ସ୍ୱାମୀ ପାଖକୁ ସ୍ତ୍ରୀର ଅଶ୍ଲୀଳ ଭିଡିଓ ପଠାଇଲା ଯୁବକ,ଦେଖିବା ପରେ ସାମ୍ନାକୁ ଆସିଲା ସ୍ତ୍ରୀ ସହ ଘଟିଥିବା ବଡ଼ ଘଟଣା

ଯମୁନାନଗର : ହରିୟାଣାର ଯମୁନାନଗର ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହ ପରେ ସ୍ତ୍ରୀ ସହ ଘଟିଥିବା ଘଟଣା ବିଷୟରେ ଜାଣି ସ୍ୱାମୀ ଆଶ୍ଚର୍ଯ୍ୟ ହେବା ସହ ସ୍ତ୍ରୀକୁ ନିଜ ବାପ ଘରକୁ ଛାଡ଼ି ଦେଇଥିବା ସୂଚନା ମିଳିଛି । ଏ ନେଇ ପୀଡ଼ିତାଙ୍କ ପରିବାର ଭିଡିଓ ପଠାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରିଛି ପୁଲିସ ।

ସୂଚନା ମୁତାବକ, ଡିିସେମ୍ବର ୨୩ରେ ଶାହବାଦ୍‌ରେ ବିବାହ କରିଥିଲେ ପୀଡ଼ିତା । ବିବାହର ଦୁଇ ଦିନ ପରେ ଲବାନା ନିବାସୀ ରବିନ୍ଦ୍ର କୁମାର ପୀଡ଼ିତାଙ୍କ ସ୍ୱାମୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇଥିଲେ । ଭିଡିଓ ଦେଖି ପୀଡ଼ିତାଙ୍କ ସ୍ୱାମୀ ତାଙ୍କୁ ଏ ବିଷୟରେ ପଚାରିବା ପରେ ରବିନ୍ଦ୍ର ଏହି ଭିଡିଓ ଦେଖାଇ ଦୁଇ ବର୍ଷ ହେଲା ତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲା ବୋଲି ପୀଡ଼ିତା ସ୍ୱାମୀଙ୍କୁ ଜଣାଇଥିଲେ । ସବୁ ଘଟଣା ବିଷୟରେ ଜାଣିବା ପରେ ପୀଡ଼ିତାଙ୍କ ଶାଶୁ ଘର ଲୋକେ ବାପଘର ଲୋକଙ୍କୁ ଡ଼ାକି ପଞ୍ଚାୟତରେ କଥା ପକାଇଥିଲେ । କିନ୍ତୁ ମାମଲାର କୌଣସି ସମାଧାନ ନ ହେବା ସହ ପୀଡ଼ିତାଙ୍କୁ ଶାଶୁଘର ଲୋକେ ନେବା ପାଇଁ ମନା କରି ଦେଇଥିଲେ । ଯାହା ପରେ ପୀଡ଼ିତା ରବିନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

jakubmroz.com

ତାଙ୍କ ଅଭିଯୋଗ ଅନୁଯାୟୀ,ଦୁଇ ବର୍ଷ ତଳେ ରବିନ୍ଦ୍ର ତାଙ୍କ ଗାଁକୁ ଯିବା ଆସିବା କରୁଥିବା ବେଳେ ପୀଡ଼ିତାଙ୍କ ସହ କଥା ବାର୍ତ୍ତା ଆରମ୍ଭ ହୋଇଥିଲା । ପରେ ରବିନ୍ଦ୍ର ସୁବିଧା ଦେଖି ପୀଡ଼ିତାଙ୍କୁ ମିଠାରେ ନିଶା ଦେଇ ତାଙ୍କର ଅଶ୍ଲୀଳ ଭିଡିଓ ତିଆରି କରି ଦେଇଥିଲେ । ଯାହା ପରେ ସେ ଭିଡିଓ ଭାଇରାଲ କରିବାର ଧମକ ଦେଇ ଦୁଇ ବର୍ଷ ହେଲା ତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ । ବିବାହ ପରେ ଶାରୀରିକ ସଂପର୍କ ରଖିବା ପାଇଁ ଯୁବତୀ ମନା କରିବାରୁ ରବିନ୍ଦ୍ର ଏପରି କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିବା ପରେ ରବିନ୍ଦ୍ରଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର