ସ୍କୁଲ୍‌ ଚାନ୍ଦା ଦେବାର ସାମର୍ଥ୍ୟ ନଥିବା କାରଣରୁ ନିଜ ୬ ବର୍ଷୀୟା ଝିଅର ତଣ୍ଟି ଚିପି ହତ୍ୟା କଲା ବାପ

ଚଣ୍ଡିଗଡ଼: ହରିଆଣାର କୁରୁକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ୬ ବର୍ଷୀୟା ଝିଅର ସ୍କୁଲ୍‌ ଚାନ୍ଦା ଦେଇନପାରିବା କାରଣରୁ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଜଶବିର ସିଂହ। ଜଶବିର ଜଣେ ଦିନ ମଜୁରିଆ। ଗତ ୨ ମାସ ହେବ ସେ କିଛି କାମ ପାଉନଥିବା କାରଣରୁ ବହୁ ଅସୁବିଧାରେ ଚଳୁଥିଲେ। ନିଜର ଦାରିଦ୍ରତା ଭିତରେ ନିଜ ଝିଅର ସ୍କୁଲ୍‌ ଚାନ୍ଦା ତାଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ପରି ହେଉଥିଲା। ଫଳରେ ସେ ନିଜର ବୋଝ ହାଲୁକା କରିବାକୁ ଝିଅର ତଣ୍ଟି ଚିପି ହତ୍ୟା କରିଥିବା କହିଛନ୍ତି।

ଜଶବିରଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ କହିଛି ଯେ ଜଶବିର ତାଙ୍କ ପତ୍ନୀଙ୍କ ସମ୍ମୁଖରେ ଝିଅର ତଣ୍ଟି ଚିପି ହତ୍ୟା କରିଛନ୍ତି। ଜଶବିରଙ୍କ ପତ୍ନୀ ହେଉଛନ୍ତି ହରଜିନ୍ଦର କୌର୍‌। ନିଜ ପିଲାର ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ପୁଲିସ୍‌ ଷ୍ଟେସନ୍‌ ଯାଇ ଆତ୍ମସମର୍ପଣ କରିଥିବା ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର