ପୁଣି ଭାଇରାଲ୍‌ ହେଲା ସାମିଙ୍କ ପତ୍ନୀ ଏବଂ ପ୍ରେମିକାଙ୍କ ଫେସ୍‌ବୁକ୍‌ ଚାଟିଂ

ନୂଆଦିଲ୍ଳୀ: କ୍ରିକେଟ୍‌ ତାରକା ମହମ୍ମଦ ସାମିଙ୍କ ପତ୍ନୀ ହାସିନ୍‌ ଜାହାଁ ସୋସିଆଲ୍‌ ମିଡିଆରେ ତାଙ୍କ ସ୍ୱାମୀଙ୍କ ପ୍ରେମିକା ବୋଲି ଅଭିଯୋଗ ଆଣିଥିବା ମଞ୍ଜୁ ମିଶ୍ରଙ୍କ ସହ କରିଥିବା ଚାଟିଂର ଆଉ ଏକ ସ୍କ୍ରିନ୍‌ସଟ୍‌କୁ ସେୟାର୍‌ କରିଛନ୍ତି। ସ୍କିନ୍‌ସଟ୍‌ରେ ଦେଖିବାକୁ ମିିଳିଛି ଯେ ମଞ୍ଜୁ ହାସିନ୍‌ଙ୍କୁ କହୁଛନ୍ତି, ‘ହାଏ। ଦୟାକରି ଏପରି କରନାହିଁ। ମୁଁ ଦୁଃଖୀତ। ମୋର ସାମିଙ୍କ ସହ କିଛି ସଂଯୋଗ ନାହିଁ। ମୁଁ ଇଂଲଣ୍ଡର ମହମ୍ମଦଙ୍କ ବନ୍ଧୁ। ତୁମେ ମୋ ନାଁ କାହିଁକି ଯୋଡୁଛ?’ ଏହି ମେସେଜ୍‌ର କଡ଼ା ଉତ୍ତର ଦେଇଛନ୍ତିି ହାସିନ୍‌। ସେ କହିଛନ୍ତି, ‘ଭଦ୍ରାମୀର ସହ ମୋତେ ଆପଣ ବୋଲି କହି କଥା ହୁଏ ମୋ ସହ।’

ନିକଟରେ ବି ହାସିନ୍‌ ଏକ ସ୍କ୍ରିନ୍‌ସଟ୍‌ ସେୟାର୍‌ କରିଥିଲେ। ସେଥିରେ ମଞ୍ଜୁ ତାଙ୍କୁ ତାଙ୍କର ସବୁ ଫୋନ୍‌ ନମ୍ବର ଡିଲିଟ୍‌ କରିବାକୁ ଅନୁରୋଧ କରୁଥିଲେ ଏବଂ ହାସିନ୍‌ ବାରମ୍ବାର ପ୍ରଶ୍ନ ପଚାରି ଚାଲିଥିଲେ କି ସତ କୁହ ତୁମେ କ୍ରିକେଟର୍‌ ସାମି ସହ ଚାଟ୍‌ କରୁଥିଲ ବୋଲି। ନମ୍ବର ଡିଲିଟ୍‌ କରିଦେଲେ ସବୁ କହିବି ବୋଲି ମଞ୍ଜୁ ଲେଖିଥିବା ବେଳେ ହାସିନ୍‌ ଲେଖିଥିଲେ ହଁ ଡିଲିଟ୍‌ କଲି, ଏବେ କୁହ।

ଏହା ପୂର୍ବରୁ ଏକ ହ୍ଵାଟ୍‌ସଆପ୍‌ ଚାଟର ସ୍କ୍ରିନ୍‌ସଟ ବି ଭାଇରାଲ୍‌ ହୋଇଥିଲା। ସେଥିରେ ଦେଖିବାକୁ ମିଳିଥିଲା କି ସାମି ପ୍ରଥମେ ନିଜ ଏକ ଫଟୋ ପଠାଇଛନ୍ତି। ତାହାର ରିପ୍ଲାଏ ଆସିଛି ‘ଓ୍ଵା’। ତା’ପରେ ସାମି କହିଛନ୍ତି ତମେ ଦେଖାଅ। ସେପଟରୁ ଏକ ଫଟୋ ଆସିଛି ବୋଲି ଦେଖିବାକୁ ମିଳଛି।

ସମ୍ବନ୍ଧିତ ଖବର