ସୋସିଆଲ ମିଡିଆ ଜରିଆରେ ପରିଚୟ ଲୁଚାଇ ସ୍ତ୍ରୀକୁ ବ୍ଲାକ୍‌ମେଲ କରୁଥିଲା ସ୍ୱାମୀ, କିନ୍ତୁ ପରେ……

ନୂଆଦିଲ୍ଲୀ : ଦିଲ୍ଲୀରେ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ପରିଚୟ ଲୁଚାଇ ବ୍ଲାକ୍‌ମେଲ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରି ନେଇଥିବା ସୂଚନା ମିଳିଛି ।

Hindustan Times

ସୂଚନା ମୁତାବକ, ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ପରିଚୟ ଲୁଚାଇ ଫେସ୍‌ବୁକ୍‌ରେ ଅଶ୍ଲୀଳ ମେସେଜ ପଠାଉଥିଲେ । ବାରମ୍ବାର ତାଗିଦ୍‌ କରିବା ପରେ ନ ମାନିବାରୁ ପୀଡ଼ିତା ପୁଲିସରେ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ କରାଯାଇଥିବା ଜାଣି ଅଭିଯୁକ୍ତ ସ୍ୱାମୀ ପୁଣି ପୀଡ଼ିତାଙ୍କୁ ମେସେଜ କରି, ତୁମ ଅଶ୍ଲୀଳ ଫଟୋ ଏବଂ ଭିଡିଓ ମୋ ପାଖରେ ଅଛି । ୧ଲକ୍ଷ ଟଙ୍କା ନ ଦେଲେ ମୁଁ ତାକୁ ଭାଇରାଲ କରିଦେବି ବୋଲି କହିଥିଲେ । ଏହା ଦେଖି ପୀଡ଼ିତା ପୁଲିସକୁ ସବୁ ଜଣାଇଥିଲେ । ଯାହା ପରେ ପୁଲିସ ଏକ ସ୍ପେଶାଲ ଟିମ୍‌ ଗଠନ କରିଥିଲା । ଟଙ୍କା ନେବାକୁ ଡ଼ାକି ପୁଲିସ ଜଣେ ଯୁବକଙ୍କୁ ଧରିବା ପରେ ପୀଡ଼ିତାଙ୍କ ସ୍ୱାମୀ ନିଜ ପତ୍ନୀଙ୍କୁ ମେସେଜ କରି ବ୍ଲାକ୍‌ମେଲ କରୁଥିଲେ ଏବଂ ଏବେ ଟଙ୍କା ନେବାକୁ ମୋତେ ପଠାଇଛନ୍ତି ବୋଲି ମାନି ନେଇଥିଲେ ଅଭିଯୁକ୍ତ । ଯାହା ପରେ ପୁଲିସ ପୀଡ଼ିତାଙ୍କ ହେଡ୍‌ କନେଷ୍ଟବଳ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର