ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଇଟାୱା ପୁଲିସ ଜାତୀୟ ରାଜପଥରେ ଗାଡ଼ି ତନଖି ବେଳେ ହରିୟାଣା ପୁଲିସର ହେଡ କନଷ୍ଟେବଳଙ୍କୁ ଗିରଫ କରିଛି। ଗିରଫ କନଷ୍ଟେବଳ ତାଙ୍କ  ସାଥୀଙ୍କ ସହିତ ବେଆଇନ ଭାବେ ମଦ ଚାଲାଣ କରୁଥି‌ବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିିଛି।

Advertisment

କୁହାଯାଉଛି କି ଗିରଫ କନଷ୍ଟେବଳ ହରିୟାଣାର ଅମ୍ବାଲାରେ ନିୟୋଜିତ ଅଛନ୍ତି।  ସେ ଦୁଇଟି ଗାଡ଼ିରେ ମଦ ଭର୍ତ୍ତି କରି ନେଇଯାଉଥିଲେ। ଯାଞ୍ଚ ସମୟରେ ପୁଲିସ ଏକ ଡଷ୍ଟର କାର ସହିତ ଏକ ଅଲଟୋ କାରରୁ ୬ଲକ୍ଷ ଟଙ୍କାର ବେଆଇନ ମଦକୁ ଜବତ କରିଛି।

ପଚରାଉଚରା ସମୟରେ ଜଣାପଡ଼ିଛି ଏହି ମଦ ସବୁକୁ ହରିୟାଣାର ବିହାରରେ ବିକ୍ରି ପାଇଁ ନିଆଯାଉଥିଲା। ବିହାରର ଏକ ଚାଲାଣକାରୀ ଏଜେଣ୍ଟକୁ ଏହି ମଦ ଦେବା ପାଇଁ କଥାବର୍ତ୍ତା ହୋଇଥିଲା।

ଗିରଫ ହୋଇଥିବା ହରିୟାଣା ପୁଲିସର ମୁଖ୍ୟ କନଷ୍ଟେବଳ ମନୋଜ କୁମାର କହିଛନ୍ତି, ‘ତାଙ୍କ ଉପରେ ୨୫ଲକ୍ଷ ଟଙ୍କାର ଋଣ ଅଛି। ସେ ବହୁ ଚେଷ୍ଟା କରିବା ପରେ ବି ଏହାକୁ ସୁଝି ପାରି ନଥି‌ଲେ। ଶେଷରେ ଏହି ଋଣ ଭାରରୁ ମୁକ୍ତ ହେବା ପାଇଁ ସେ  ବେଆଇନ ମଦ ଚାଲାଣ କାମ କରିବା ଆରମ୍ଭ କରିଥିଲେ। ଏଥିରୁ ଭଲ ଟଙ୍କା ମିଳିଥାଏ ବୋଲି ସେ ଜାଣିଥିଲେ।

ଏସପି କହିଛନ୍ତି,‘ ଏହି ଘଟଣାରେ ମନୋଜ, ଅରୁଣ ଓ ସୁମିତ ତିନିଜଣଙ୍କୁ ଗିରଫ କରାଯାଇଛି। ତିନିଜଣ ହରିୟାଣାରେ ବସବାସ କରନ୍ତି। ଏହି ତିନିଜଣ ତିନିଥର ଏପରି ମଦ ଚାଲାଣ କରିଥିବା ବେଳେ ଚତୁର୍ଥଥର ମଦ ଚାଲାଣ କରିବାକୁ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଯାଇଛନ୍ତି।’