ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଇଞ୍ଜିନିୟର ସୁଭାଷ ଅତୁଲଙ୍କ ଜୀବନ ହାରିବା ଘଟଣା ଥମି ନଥିବା ବେଳେ ଜଣେ କନଷ୍ଟେବଳ ସ୍ତ୍ରୀ ଦେଉଥିବା ନିର୍ଯାତନା ସହି ନପାରି ଜୀବନ ହାରି ଦେଇଛନ୍ତି। ମୃତ କନଷ୍ଟେବଳଙ୍କ ନାମ ଥିପ୍ପନ୍ନା ଅଲୁଗୁର ବୋଲି ଜଣାପଡ଼ିଛି। ଜୀବନ ହାରିବା ପୂର୍ବରୁ ଥିପ୍ପନ୍ନା ଏକ ସୁଇସାଇଡ଼ ନୋଟ ଛାଡ଼ିଯାଇଛନ୍ତି।
ସୂଚନାଯୋଗ୍ୟ, ତିନିବର୍ଷ ପୂର୍ବରୁ ଥିପ୍ପନ୍ନା ପାର୍ବତୀ ନାମକ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀକୁ ନେଇ ଥିପ୍ପନ୍ନା ବେଙ୍ଗାଲରୁରୁର ଏକଭଡ଼ା ଘରେ ରହୁଥିଲେ। ବିବାହକୁ ତିନିବର୍ଷ ବିତି ଯାଇଥିଲେ ସୁଦ୍ଧା ଦମ୍ପତିଙ୍କ କୌଣସି ସନ୍ତାନ ନଥିଲା। ଗତ ଶୁକ୍ରବାର ରାତିରେ ଡିୟୁଟି ସାରି ଘରକୁ ଫେରିବା ପରେ ଥିପ୍ପନ୍ନାଙ୍କ ସ୍ତ୍ରୀଙ୍କ ସହିତ ପ୍ରବଳ ଝଗଡ଼ା ହୋଇଥିଲା। ଏହାକୁ କେନ୍ଦ୍ର କରି କନଷ୍ଟେବଳ ଥିପ୍ପନ୍ନା ଘର ପାଖରେ ଥିବା ରେଳ ଧାରଣାକୁ ଚାଲିଯାଇଥିଲେ। ସାମ୍ନାରୁ ଟ୍ରେନ ଆସୁଥିବା ଦେଖି ଧାରଣାକୁ ଡେଇଁ ଜୀବନ ହାରି ଦେଇଥିଲେ।
ଥିପ୍ପନ୍ନା ସୁଇସାଇଡ ନୋଟରେ ଲେଖିଛନ୍ତି, ‘ମୋତେ ସ୍ତ୍ରୀ ପାର୍ବତୀ ଓ ତାର ବାପା ଯମୁନାପ୍ପା ଅନେକ ନିର୍ଯାତନା ଦେଇଛନ୍ତି। ପ୍ରାୟତଃ ମୋ ସହ ଯମୁନାପ୍ପା ଫୋନରେ କଥା ହୋଇ ଧମକ ଦେବା ସହ ଗାଳିଗୁଲଜ ବି କରିଥାଆନ୍ତି। ଅନେକ ସମୟରେ ମୋତେ ମରିଯିବାକୁ କହିଥାଆନ୍ତି। ମୁଁ ମରିଗଲେ ତାଙ୍କ ଝିଅ ଶାନ୍ତିରେ ରହିବ ବୋଲି ବି କହନ୍ତି।
ସାଙ୍ଗ ମଲ୍ଲପା ମୁଁ ଜୀବନ ହାରିବାକୁ ଯାଉଛି। ମୋ ବାଇକ ରେଳଧାରଣାର ପୋଖରୀ ପାଖରେ ଅଛି ନେଇଯିବୁ।’