ପ୍ରଧାନଶିକ୍ଷକଙ୍କ ନାମରେ ସଙ୍ଗୀନ ଅଭିଯୋଗ : ୫ ଛାତ୍ରୀଙ୍କୁ ସ୍କୁଲ ଡାକି ଅଶ୍ଳୀଳ ଭିଡିଓ ଦେଖାଇ ଦୁଷ୍କର୍ମ କରୁଥିଲେ

ହାଇଦ୍ରାବାଦ: ତେଲେଙ୍ଗାନା ଭଦ୍ରାଦି କୋଥାଗୁଡେମ ଜିଲ୍ଲାରେ ଥିବା ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଛାତ୍ରୀମାନେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୨୦୨୦ ଅଗଷ୍ଟ ମାସରୁ ସ୍କୁଲ ଭିତରେ ୭ ରୁ ୧୧ ବର୍ଷ ବୟସର ପାଞ୍ଚଜଣ ବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୁଲିସ ଏହି ଘଟଣାକୁ କେନ୍ଦ୍ର କରି ଆଇପିସିର ଧାରା ୩୭୬ ଏବଂ ପୋକସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ‌ଫେରାର ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ଲକ୍ଷ୍ମୀଦେବପାଲିର ସବ୍-ଇନ୍ସପେକ୍ଟର ଅଞ୍ଜୟଙ୍କ ସୂତ୍ରରୁ ପ୍ରକାଶ ଯେ, ଛାତ୍ରୀମାନଙ୍କ ଏଭଳି ଅଭିଯୋଗ ପରେ ଉକ୍ତ ପ୍ରଧାନଶିକ୍ଷକଙ୍କ ନାମରେ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଜାରି ହୋଇଯାଇଛି। ବାଳିକାମାନଙ୍କୁ ‌ଯୌନ ନିର୍ଯାତନା ଦେବା ପୂର୍ବରୁ ୪୦ ବର୍ଷିୟ ପ୍ରଧାନଶିକ୍ଷକ ସେମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରୁଥିଲେ। ଯଦି ସେମାନେ ଏହି ଘଟଣା ବିଷୟରେ କାହାକୁ କହନ୍ତି ତେବେ କ୍ଷତି ପହଞ୍ଚାଇବେ ବୋଲି ଧମକ ବି ଦେଇଥି‌ଲେ।

ଏହି ଘଟଣା ସେତେବେଳ ଯାଇ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ଦ୍ୱିତୀୟ ଶ୍ରେଣୀରେ ପାଠପଢ଼ୁଥିବା ୭ବର୍ଷର ବାଳିକା ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଶିଶୁଟି ତାର ଶିକ୍ଷକଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ମା’ଙ୍କ ସାମ୍ନାରେ ଖୋଲି କି କହିଥିଲା। ଏହାପରେ ଜଣକ ପରେ ଜଣେ ଏପରି ୪ ଜଣ ଶିଶୁଙ୍କ ପିତା ଓ ମାତା ପୁଲିସ ‌ଷ୍ଟେସନ ପହଞ୍ଚି ନିଜନିଜ ପିଲାଙ୍କ ସହିତ ହୋଇଥିବା ‌ଯୌନ ନିର୍ଯାତନ ବିଷୟରେ ପୁଲିସରେ ଅଭିଯୋଗ କରିଥିଲେ।

Telangana: Headmaster accused of raping five kids inside govt school | सरकारी स्कूल का हेडमास्टर बच्चियों को पहले दिखाता था पॉर्न फिर 5 छात्राओं हो बनाया अपनी हवस का शिकार, तलाश जारी

ଏସଆଇଙ୍କ କହିବାନୁସାରେ, ଲକଡାଉନ ଉଠିବା ପରେ ଦୁଇଜଣ ଶିକ୍ଷକ ସ୍କୁଲ ଆସୁଥିଲେ। ଜଣେ ଆଜି ଆସିଲେ ଆଉ ଜଣେ ଶିକ୍ଷକ ତା’ଆର ଦିନ ସ୍କୁଲ ଆସି ଥାଆନ୍ତି। ଯେଉଁଦିନ ଅଭିଯୁକ୍ତ ଶିକ୍ଷକଙ୍କ ସ୍କୁଲ ଆସିବା ପାଳି ଥାଏ ସେ ଘରକୁ ଯାଇ କୌଣସି ପିଲାଙ୍କ ମଧ୍ୟରୁ ଜଣଙ୍କୁ ପାଠପଢ଼ାଇବା ବାହାନା କରି ସ୍କୁଲ ନେଇ ଆସି ଥାଆନ୍ତି। ସ୍କୁଲରେ ପହଞ୍ଚିବା ପରେ ଶିଶୁମାନଙ୍କୁ ଜୋରଜବରଦସ୍ତି ଅଶ୍ଳୀଳ ଭିଡିଓ ଦେଖାଇ ଭୟଭୀତ କରି ‌‌‌‌ଯୌନ ଶୋଷଣ କରିଥାଆନ୍ତି।

ଜଣେ ପୀଡିତ ଶିଶୁର ମା’ଙ୍କ କହିବାନୁସାରେ, ‌ଯେ‌ତେବେଳେ ବି ଅଭିଯୁକ୍ତ ଶିକ୍ଷକ ସ୍କୁଲ ଯିବା ପାଇଁ ଶିଶୁକୁ ଡାକୁଥିଲେ ସେ ଯିବାକୁ ମନା କରୁଥାଏ। ତେବେ ‌ସେ କାହିଁକି ସ୍କୁଲ ଯିବାକୁ ରାଜି ହେଉ ନାହିଁ ବୋଲି ପଚାରିବାରୁ ସେ କେବେ ବି କିଛି କହୁ ନ ଥିଲା। କିଛିଦିନ ପରେ ତାର ଶରୀର ଅସୁସ୍ଥ ହେବା ସହିତ ସେ ଠିକ ଭାବେ ଚାଲି ପାରିଲା ନାହିଁ। କ’ଣ ହୋଇଛି ବୋଲି ବାରମ୍ବାର ପଚାରିବା ପରେ ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ବିଷୟରେ ଝିଅ କହିଥିଲା। ଏମିତି କି ଏ ବିଷୟରେ କାହାକୁ କିଛି ନ କହିବାକୁ ବି ଝିଅକୁ ଶିକ୍ଷକ ଛୁରୀ ମୁନରେ ଧମକ ଦେଇ ଶୋଷଣ କରିଥିଲେ।

ସମ୍ବନ୍ଧିତ ଖବର