ଶ୍ରେଣୀଗୃହରେ ଛାତ୍ରୀଙ୍କ ୟୁନିଫର୍ମ ପିନ୍ଧି ନାଚିଲେ ପ୍ରଧାନଶିକ୍ଷକ: ଭିଡିଓ ଭାଇରାଲ

ମଧ୍ୟପ୍ରଦେଶର: ମଧ୍ୟପ୍ରଦେଶର ବଡ଼ଓ୍ଵାନି ଜିଲ୍ଲାରେ ଜଣେ ପ୍ରଧାନଶିକ୍ଷକଙ୍କ ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଶିକ୍ଷକ ନିଶାରେ ନାଚୁଥିବା ଦେଖିବାକୁ ମିଳୁଛି। ନିଶାଗ୍ରସ୍ତ ଅବସ୍ଥାରେ ନିଜେ ଛାତ୍ରୀଙ୍କ ସ୍କୁଲ ପୋଷାକ ପିନ୍ଧିବା ସହିତ ଅନ୍ୟ ଛାତ୍ରମାନଙ୍କୁ ବି ସ୍କୁଲ ପୋଷାକ ପିନ୍ଧିବାକୁ କହୁଛନ୍ତି।

ଏଭଳି ଏକ ମାମଲା ପାଟି ବିକାଶଖଣ୍ଡର ଗ୍ରାମ ଠେଙ୍ଗଚାସ୍ଥିତ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି। ଅଭିଯୁକ୍ତ ଶିକ୍ଷକ ନିଶାଗ୍ରସ୍ତ ଥିବା ଅବସ୍ଥାରେ ନିଜ ପୋଷାକ ଖୋଲି ଛାତ୍ରୀଙ୍କ ସ୍କୁଲ ପୋଷାକ ପିନ୍ଧିଥିଲେ। ଏହି ଘଟଣା ପାଖାପାଖି ଏକଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ କେହି ଜଣେ ଏହି ଘଟଣାର ଭିଡିଓ ବନାଇ ସେୟାର କରି ଦେଇଥିଲେ। ଏହାପୂର୍ବରୁ ବି ଉକ୍ତ ପ୍ରଧାନଶିକ୍ଷକଙ୍କ ସାର୍ବଜନୀନସ୍ଥାନରେ ନିଶାରେ ହଙ୍ଗାମା କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଜୁଲାଇ ୨୩ ମଙ୍ଗଳବାର ସକାଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରି ଦିଆଯାଇଛି।

ପ୍ରକାଶିତ ଖବର ମୁତାବକ, ସ୍କୁଲର ପ୍ରଧାନଶିକ୍ଷକ ତୁଳସୀରାମ କୋଚଲେ ସ୍କୁଲ ୟୁନିଫର୍ମ ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ ଆଣିଥିଲେ। ଏହି ୟୁନିଫର୍ମ କିଛି ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଦିଆଯାଇଥିବା ବେଳେ ଆଉ କିଛି ବଳି ପଡ଼ିଥିଲା। ସୋମବାର ଦ୍ୱିପହରରେ ତୁଳସୀରାମ ବିଦ୍ୟାଳୟରେ ପହଞ୍ଚିବା ପରେ   ନିଜ ସହିତ ଆଣିଥିବା ୟୁନିଫର୍ମ ଥଳିରୁ ପୋଷାକ ବାହାର କରି ଛାତ୍ରଛାତ୍ରୀଙ୍କ ସାମ୍ନାରେ ପିନ୍ଧିଥିଲେ। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧିତ ଖବର