ସ୍ବାସ୍ଥ୍ୟବୀମା କରାଇ ଦେବାକୁ କହି ଟଙ୍କା ହଡ଼ପ ଅଭିଯୋଗ

ଭୁବନେଶ୍ବର : ସ୍ବାସ୍ଥ୍ୟବୀମା କରାଇ ଦେବାକୁ କହି ଜଣେ ଯୁବକ ହଜାର ହଜାର ଟଙ୍କା ଠକି ନେଇଛି। ସାଲିଆସାହିରେ ୨ ହଜାର ପର୍ଯ୍ୟନ୍ତ ଦିନ ମଜୁରିଆ ଏଭଳି ଠକେଇର ଶିକାର ହୋଇଥିବା ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଠକେଇ ପଛରେ ଏକ ରାଜନୈତିକ ଦଳର ମହିଳା ନେତ୍ରୀ ଅଛନ୍ତି ବୋଲି ଅଭିଯୋଗରେ କୁହାଯାଇଛି। ଅଭିଯୋଗ ମୁତାବକ, ସ୍ବାସ୍ଥ୍ୟବୀମା କରାଇ ଦେବାପାଇଁ ଜଣେ ଯୁବକ ଘରେ ଘରେ ବୁଲି ଏକ ସ୍ବତନ୍ତ୍ର ଫର୍ମାଟ୍‌ରେ ତଥ୍ୟ ସଂଗ୍ରହ କରିବା ସହ ଫର୍ମ ପିଛା ଟଙ୍କା ଆଦାୟ କରୁଥିଲା। ଅନେକ ଦିନ ଧରି ବୀମା ନ ହେବାରୁ ଲୋକଙ୍କର ସନ୍ଦେହ ହୋଇଥିଲା। ସନ୍ଦେହ ହେବ‌ା ପରେ ସେମାନେ ବୀମା ବାବଦରେ ବୁଝିଥିଲେ। ଯାଞ୍ଚ ତାହା ନକଲି ବୋଲି ଜଣା ପଡ଼ିଥିଲା। ଏ ନେଇ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର