ନୂଆଦିଲ୍ଲୀ : ଆମେରିକାର ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସର ପାଇଲଟଙ୍କୁ ନେଇ ଏକ ଅଜବ ଖବର ସାମ୍ନାକୁ ଆସିଛି । ପାଇଲଟ୍ମାନେ ବିମାନର ଶୌଚାଳୟରେ କ୍ୟାମେରା ରଖିବା ସହ କକ୍ପିଟ୍ରେ ବସି ଭିତରର ଲାଇଭ୍ ଭିଡିଓ ଦେଖୁଥିବା ଜଣାପଡ଼ିଛି । ଏୟାରଲାଇନ୍ସର ଅନ୍ୟ ଜଣେ ପାଇଲଟ୍ ନିଜର ଦୁଇ ସାଥୀ ପାଇଲଟ୍ଙ୍କ ଉପରେ ଏଭଳି ଅଭିଯୋଗ ଆଣିବା ପରେ ଖବରଟି ସାମ୍ନାକୁ ଆସିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗତ ବର୍ଷ ଏହି ମାମଲାଟି ଏରିଜୋନା ରାଜ୍ୟ ଅଦାଲତକୁ ଯାଇଥିବା ବେଳେ ଏବେ ମାମଲାକୁ ଫେଡେରାଲ କୋର୍ଟକୁ ସ୍ଥାନନ୍ତର କରି ଦିଆଯାଇଛି ।
/sambad/media/post_attachments/55363638720d39f6845e0b6dfa39ddaadcdda9ffb1931a4a8848de171357430f.jpg)
୨୦୧୭ରେ ହୋଇଥିବା ଅଭିଯୋଗ ମୁତାବକ, ପିଟସବର୍ଗରୁ ଫିନିକ୍ସ ଯିବାକୁ ଥିବା ବିମାନର ଦୁଇ ପାଇଲଟ ଶୌଚାଳୟ ମଧ୍ୟରେ କ୍ୟାମେରା ରଖି ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରିଥିଲେ । ଯାହାକୁ ସେମାନେ କକ୍ପିଟରେ ବସି ଦେଖୁଥିବା ଦୃଶ୍ୟ ଅନ୍ୟ ଜଣେ ପାଇଲଟ୍ ଦେଖି ଏ ନେଇ ଅଭିଯୋଗ ଆଣିଥିଲେ । ତେବେ ମାମଲାକୁ ନେଇ ବିବାଦ ଦେଖାଦେବା ପରେ ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସ ଶୌଚାଳୟରେ କୌଣସି କ୍ୟାମେରା ଲାଗିବା ଖବରକୁ ମିଛ ବୋଲି କହିଥିଲା । ଏହା ସହ ଦୁଇ ପାଇଲଟ୍ଙ୍କର ମଜା କରିବାର ଏକ ଖରାପ ପ୍ରୟାସ ଥିଲା ବୋଲି ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସ କହିଥିଲା । କିନ୍ତୁ ଯାଞ୍ଚ ପରେ କ୍ୟାମେରା ଲାଗିବା କଥା ସ୍ପଷ୍ଟ ହେବା ପରେ ଏବେ ମାମଲାକୁ ଫେଡେରାଲ କୋର୍ଟକୁ ସ୍ଥାନାନ୍ତର କରି ଦିଆଯାଇଛି ।