ଗୁରୁଗ୍ରାମରେ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ୧୬ ଗିରଫ

ଗୁରୁଗ୍ରାମ: ଗୁରୁଗ୍ରାମର ସେକ୍ଟର-୩୯ ଅଞ୍ଚଳରେ ପରିଚାଳିତ ହେଉଥିବା ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ମଙ୍ଗଳବାର ହରିଆଣା ପୁଲିସ୍‌ ପର୍ଦ୍ଦାଫାସ କରିଛି। ଏହି ସେକ୍ସ ରାକେଟରେ ମାସିଲ୍‌ ନେଇ ନେଇ ଗୁରୁଗ୍ରାମ ପୁଲିସ୍‌ ୧୬ ଜଣଙ୍କୁ ଗିରଫ କରିଛି। ସେକ୍ଟର-୩୯ର ଏକ ଗେଷ୍ଟ ହାଉସ୍‌ ଭିତରେ ଏହି ସେକ୍ସ୍‍ ରାକେଟ ଚାଲିଥିଲା। ଗିରଫ ହୋଇଥିବା ୧୬ ଜଣଙ୍କ ମଧ୍ୟରେ ୧୨ ଜଣ ଦେହଜୀବୀ ଏବଂ ୪ ଜଣ ଗ୍ରାହକ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୦ ତାରିଖରେ ସେକ୍ଟର-୫୩ରେ ଏକ ମଲ୍‌ର ସ୍ପାଠାରେ ଅନୈତିକ ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଥିଲା। ସେଥିରେ ଯେଉଁ ୬ ଜଣ ଦେହଜୀବୀ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ବିଦେଶୀ ଥିଲେ। ପୂର୍ବରୁ ଜୁନ୍‌ ୨୯ ତାରିଖରେ ଏକ ସପିଂ ମଲ୍‌ ଭିତରେ ପୁଲିସ୍‌ ଏକ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଥିଲା। ସେହି ରାକେଟ୍‌ରେ ୨୦ରୁ ୨୫ ବର୍ଷ ମଧ୍ୟରେ ୧୦ ଜଣ ଦେହଜୀବୀ ଗିରଫ ହୋଇଥିଲେ। ସେହିପରି ଜାନୁଆରି ୨୪ ତାରିଖରେ ସେକ୍ସ୍‍ ରାକେଟ୍‌ରେ ସାମିଲ୍‌ ଥିବା ଅଭିଯୋଗରେ ଡିଏଲ୍‌ଏଫ୍‌ ଅଞ୍ଚଳର ଏକ ସପିଂ ମଲ୍‌ ଭିତରୁ ୧୪ ଜଣ ଦେହଜୀବୀ ଏବଂ ୪ ଜଣ ଗ୍ରାହକ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର