ଖଣ୍ଡଗିରି: ଯାଁଳା ଫାଣ୍ଡି ପୁଲିସ ଶୁକ୍ରବାର ଏକ ହାଇେୱ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଜଗତସିଂହପୁର ଜିଲ୍ଲା ନାଉଗାଁର ଶୁଭମ୍ ଦାସ (୨୧)। ପୁଲିସ ସୂଚନାନୁସାରେ, ଗତ ଗୁରୁବାର ରାତି ପ୍ରାୟ ଗୋଟାଏ ବେଳେ କିଛି ଇଂଜିନିୟରିଂ ଛାତ୍ର ଖୋର୍ଧାରୁ ଭୁବନେଶ୍ୱର ଫେରୁଥିଲେ। ସେମାନଙ୍କ ମଧ୍ୟରୁ ପଛ ବାଇକ୍ରେ ଯାଉଥିବା ଦୁଇଜଣ ଛାତ୍ର ଗଙ୍ଗପଡ଼ାସ୍ଥିତ ପୁରୁଣା ଟୋଲ୍ ଗେଟ୍ ନିକଟରେ ପହଞ୍ଚିଲା ବେଳକୁ ଶୁଭମ୍ ଓ ଅନ୍ୟ ଦୁଇଜଣ ଯୁବକ ସେମାନଙ୍କୁ ଅଟକାଇ ଲୁଟ୍ପାଟ୍ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଜଣେ ଛାତ୍ର କୌଶଳକ୍ରମେ ଘଟଣାସ୍ଥଳରୁ ଦୌଡ଼ି ଯାଇ ଆଗରେ ଯାଉଥିବା ସାଙ୍ଗମାନଙ୍କୁ ଫୋନ୍ କରି ଜଣାଇ ଦେଇଥିଲା। ଫଳରେ ସେମାନେ ପଛକୁ ଫେରି ଲୁଟେରାମାନଙ୍କୁ ଘେରି ଯାଇ ଶୁଭମ୍କୁ କାବୁ କରି ନେଇଥିଲେ। ଅନ୍ୟ ଦୁଇ ଲୁଟେରା ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଛାତ୍ରମାନେ ଶୁଭମ୍କୁ ବହେ ଛେଚିବା ପରେ ଯାଁଳା ଫାଣ୍ଡି ପୁଲିସର ଜିମା ଦେଇଥିଲେ।
ହାଇେୱ ଲୁଟେରା ଗିରଫ
/sambad/media/post_attachments/wp-content/uploads/2018/10/arjun-suvam-lootera.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)