ନୂଆଦିଲ୍ଲୀ: ହିଜାବ ପିନ୍ଧିଥିବା ଜଣେ ବିଦେଶୀ ମହିଳା ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ପ୍ରାୟ ଅଧ ଘଣ୍ଟା ଧରି ରାସ୍ତାରେ ହାଏ ଭୋଲଟେଜ ଡ୍ରାମା କରିଥିଲେ। କେବଳ ଏତିକି ନୁହେଁ ଏହି ବିଦେଶୀ ମହିଳା ଟ୍ୟାକ୍ସି ଚାଳକଙ୍କୁ ଛୁରୀରେ ଆକ୍ରମଣ ବି କରିଥିଲେ। ମହିଳାଙ୍କ ଆକ୍ରମଣରେ ଚାଳକ ଗୁରୁତର ହୋଇଥିବା ବି କୁହାଯାଉଛି।
ଚାଳକଙ୍କୁ ଛୁରାମାଡ଼ କରିବା ପରେ ଏହି ମହିଳା ଗୁରୁଗ୍ରାମର ରାଜୀବ ଚୌକରୁ ପଳାଇଯାଉଥିଲେ। କିନ୍ତୁ ଟ୍ୟାକ୍ସି ଚାଳକ ତାଙ୍କ ପଛେ ପଛେ ଯାଇଥିଲେ। କିଛି ଦୂରରେ ଠିଆ ହୋଇଥିବା ପୁଲିସକୁ ଘଟଣା ସମ୍ପର୍କରେ କହିଥିଲେ। ଏହା ପରେ ପୁଲିସ ମହିଳାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ମହିଳା ଜଣକ ପୁଲିସ ସହିତ ବି ଗଣ୍ଡଗୋଳ କରିବା ଆରମ୍ଭ କରି ଦେଇଥିଲେ। ଗୁରୁଗ୍ରାମ ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରିନେଇଛି।
गुरुग्राम में हिजाब पहने हुई एक विदेशी महिला ने एक टैक्सी ड्राइवर को चाकू मारा,इसके बाद पुलिस से हाथापाई की,पुलिस ने किया काबू,जांच में जुटी पुलिस pic.twitter.com/bR4oobwad6
— Mukesh singh sengar मुकेश सिंह सेंगर (@mukeshmukeshs) February 15, 2022
ଟ୍ୟାକ୍ସି ଚାଳକ ଅଭିଯୋଗ କରିଛନ୍ତି, 'ଏହି ମହିଳା ଜଣକ କୌଣସି ଏକ ସ୍ଥାନକୁ ଯିବା ପାଇଁ ଟ୍ୟାକ୍ସିକୁ ଅଟକାଇଥିଲେ। ମୁଁ ଯେତେବେଳେ ତାଙ୍କୁ ପଚାରିଲି ତୁମେ କୁଆଡେ ଯିବ, ଏହି ମହିଳା ସଙ୍ଗେସଙ୍ଗେ ବ୍ୟାଗରୁ ଛୁରୀ ବାହାର କରି ମୋତେ ଆକ୍ରମଣ କରିଥିଲେ।
ପୁଲିସ ବର୍ତ୍ତମାନ ଏହି ମହିଳାଙ୍କୁ ପଚରାଉଚରା କରୁଛି। ଏହା ମଧ୍ୟ କୁହାଯାଉଛି ଯେ ମହିଳାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ବର୍ତ୍ତମାନ ପୁଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ।