ଲଜ୍ଜା: ରାତିରେ ଖାଇ ସାରି ହୋଟେଲକୁ ଫେରୁଥିବା ସମୟରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ

ମନାଲି : ହିମାଚଳପ୍ରଦେଶରେ ପୁଣି ଥରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଯାହା ଭାରତର ଭାବମୂର୍ତ୍ତିକୁ ବାହାର ଦେଶରେ କ୍ଷୁର୍ଣ୍ଣ କରିଛି । କୁଲୁ ଜିଲ୍ଳାରେ ଥିବା ମନାଲି ସହରକୁ ଜଣେ ଋଷୀୟ ଯୁବତୀ ବୁଲିବାକୁ ଆସିଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ଏ ନେଇ ପୀଡ଼ିତା କୁଲୁ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବା ବେଳେ ଧାରା ୩୪୧,୩୮୨,୩୨୩,୫୦୪ ଏବଂ ୩୭୬ ଅନୁଯାୟୀ ମାମଲା ଋଜୁ କରାଯାଇଛି ।

Jansatta

ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୨୫ ଗୁରୁବାର ରାତି ସମୟରେ ଖାଇ ସାରି ହୋଟେଲକୁ ଫେରୁଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କୁ ଜନଶୁନ୍ୟ ସ୍ଥାନକୁ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ରାତି ହୋଇଥିବାରୁ ପୀଡ଼ିତା ଅଭିଯୁକ୍ତମାନଙ୍କ ଚେହେରା ଠିକ୍‌ ଭାବରେ ଦେଖି ପାରି ନଥିବା କହିଛନ୍ତି । ଅନ୍ୟ ପକ୍ଷରେ ମାମଲାକୁ ଗମ୍ଭୀର ଭାବରେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ପୀଡ଼ିତା ଅଭିଯୁକ୍ତମାନଙ୍କୁ ଚିହ୍ନି ପାରିବେ ନାହିଁ ବୋଲି କହିବା ପରେ ପୁଲିସ ଘଟଣା ଘଟିଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ତନଖି କରିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର