ତିରୁବନନ୍ତପୁରମ୍: ଘାତକ କରୋନା ଭାଇରସ୍ ବ୍ୟାପିବା ପରେ ଚୀନ ନାଗରିକଙ୍କୁ ଅନ୍ୟ ଦେଶରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ନିକଟରେ ଚୀନରୁ ଆସିଥିବା ଜଣେ ଯୁବକଙ୍କୁ କେରଳରେ ଏଭଳି ହଟହଟା ହେବାକୁ ପଡ଼ିଥିବା ଜଣାପଡ଼ିଛି। ସେ ରହିବାକୁ ହୋଟେଲ ନପାଇବାରୁ ତିରୁବନନ୍ତପୁରମ ପୁଲିସ ପାଖରେ ଯାଇ ଜଣାଇଥିଲେ। କିନ୍ତୁ ପୁଲିସ ତାଙ୍କ ଅସୁବିଧା ବୁଝି ସାହାଯ୍ୟ କରିବା ବଦଳରେ ତାଙ୍କୁ ନେଇ ହସ୍ପିଟାଲ୍ରେ ଭର୍ତ୍ତି କରାଇ ଦେଇଥିଲା।
ପୁଲିସ ସୂତ୍ରରୁ ପ୍ରକାଶ, ଚୀନରୁ ଭାରତ ଯାତ୍ରାରେ ଆସିଥିବା ୨୫ବର୍ଷୀୟ ପର୍ଯ୍ୟଟକ ଜାନୁଆରି ୨୩ରେ ଦିଲ୍ଲୀରେ ପହଞ୍ଚିବା ପରେ ମଙ୍ଗଳବାର ବିମାନ ଯୋଗେ କେରଳର ତିରୁବନନ୍ତପୁରମରେ ପହଞ୍ଚିଥିଲେ। ଏହାପରେ ସେ ରହିବାକୁ ହୋଟେଲ ଖୋଜିଥିଲେ, କିନ୍ତୁ ତାଙ୍କୁ କୌଣସି ହୋଟେଲ୍ରେ ରୁମ୍ ମିଳି ନଥିଲା। ଏହପରେ ସେ ସାହାଯ୍ୟ ପାଇଁ ପୁଲିସ ଥାନାରେ ପହଞ୍ଚିଥିଲେ।
ପୁଲିସ କର୍ମଚାରୀମାନେ ଯେମିତି ଶୁଣିଥିଲେ ସେ ଚୀନରୁ ଆସିଛନ୍ତି ତାଙ୍କୁ ସଙ୍ଗେସଙ୍ଗେ ନେଇ ହସ୍ପିଟାଲ୍ରେ ଭର୍ତ୍ତି କରି ଦେଇଥିଲେ। ଚୀନରେ କରୋନା ଭାଇରସ୍ ବ୍ୟାପିବା ହେତୁ ୫୬୩ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସିଚୁଆନ୍ ପ୍ରାନ୍ତର ଏହି ପର୍ଯ୍ୟଟକଙ୍କ ଶରୀରରେ ଭାଇରସ୍ର କୌଣସି ଲକ୍ଷଣ ଦେଖା ଯାଇ ନାହିଁ। କିନ୍ତୁ ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇ ଦିଆଯାଇଛି।
ଏହି ଚୀନ ଯୁବକଙ୍କ ବ୍ୟତୀତ ରାଜ୍ୟରେ ଅନ୍ୟ ଦୁଇ ବିଦେଶୀ ନାଗରିକଙ୍କ ସମେତ ୨,୫୨୮ଜଣଙ୍କ ଶରୀରରେ କରୋନା ଭାଇରସ୍ ସଂକ୍ରମଣ ହୋଇଛି କି ନାହିଁ ସେନେଇ ଯାଞ୍ଚ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Untitled-1-2.jpg)