ଅହମ୍ମଦାବାଦ: ଗୁଜୁରାଟର ସୁରଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ତାର ପ୍ରେମିକାକୁ ଉଲଗ୍ନ କରି ପିଟିବା ସହିତ ତାର ନଖକୁ ଓପାଡି ଦେଇଥିଲା। କେବଳ ଏତିକି ନୁହେଁ, ପ୍ରେମିକାକୁ ସାଙ୍ଗମାନଙ୍କ ସମ୍ମୁଖରେ ଦୁଷ୍କର୍ମ କରିବା ପାଇଁ ବି ପଛାଇ ନ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ପୀଡ଼ିତା ଏହି ଘଟଣାକୁ ନେଇ ଏଭଳି ଭୟଭୀତ ହୋଇପଡ଼ିଥିଲେ କି ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରିବା ତ ଦୂରର କଥା କାହାରି ସହିତ କଥା ହେବାକୁ ମଧ୍ୟ ଭୟ କରୁଥିଲେ। ପରିବାର ଲୋକ ଓ ପୁଲିସର ଅନେକ ବୁଝାଶୁଝା ପରେ ପୀଡିତା ପ୍ରେମିକ ବିରୋଧରେ ମାମଲା ରୁଜୁ କରିବା ପାଇଁ ରାଜି ହୋଇଥିଲା।
ସୂଚନାଯୋଗ୍ୟ, ଏହି ପ୍ରେମିକ ଜଣକ ଅଭ୍ୟାସଗତ ଅପରାଧୀ। ତା’ ପ୍ରେମିକାର ଭିଣୋଇ ଡ୍ରାଇଭର ଭାବେ କାମ କରୁଥିଲା। ସନ୍ଦେହ ଥିଲା କି ଡ୍ରାଇଭର ସହିତ ତାର ପ୍ରେମିକାର ଶାରୀରିକ ସମ୍ବନ୍ଧ ରହିଛି। ଏହାପରେ ସେ ନିଜର ପ୍ରେମିକା ଓ ତାର ଭିଣୋଇକୁ ବାହାନା କରି ସହରଠାରୁ ଅନେକ ଦୂରରେ ଥିବା ଏକ ଫାର୍ମ ହାଉସ୍ରେ ଦୁହିଁଙ୍କୁ ନେଇ ଯାଇଥିଲା ଯେଉଁଠାରେ ୧୫ଘଣ୍ଟା ପର୍ଯ୍ୟନ୍ତ ଦୁହିଁଙ୍କୁ ନିର୍ଯାତନା ଦେଇଥିଲା।
ଅପରାଧୀ ଅନିଲ କାଠି ପ୍ରଥମେ ସମସ୍ତଙ୍କ ସମ୍ମୁଖରେ ପ୍ରେମିକାକୁ ଦୁଷ୍କର୍ମ କରିବା ପରେ ସାଙ୍ଗମାନଙ୍କୁ ବି ପ୍ରେମିକା ସହ ଦୁଷ୍କର୍ମ କରିବା ପାଇଁ ବାଧ୍ୟ କରାଇଥିଲା। ଏହାପରେ ଅନିଲ କାଠି ଓ ତାର ସାଙ୍ଗମାନେ ଭିଣୋଇକୁ ବି ନିର୍ଯାତନା ଦେଇଥିଲେ। ଏହି ଘଟଣାର ସେମାନେ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏତିକିରେ ଦୁଷ୍କର୍ମକାରୀର ମନ ବୁଝି ନ ଥିଲା ଯେ ସେମାନେ ଦୁହିଁଙ୍କ ହାତ ଓ ଗୋଡର ନଖ ଓପାଡି ଦେଇଥିଲେ। ଏହାପରେ ଦୁହିଁଙ୍କୁ ସୁରଟ ରେଲେଓ୍ଵ ଷ୍ଟେସନ୍ରେ ଫିଙ୍ଗି ଫେରାର ହୋଇଯାଇଥିଲେ। ଏକ ଏନ୍ଜିଓ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଦେଖି ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲା। ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ କରତ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି।