ଏଚ୍‌ଆଇଭି ପୀଡ଼ିତ ଯବାନ ୭୫ଜଣ କିଶୋରଙ୍କ ସହ କଲେ ଦୁଷ୍କର୍ମ, ସମସ୍ତଙ୍କୁ ଏଡ୍‍ସ ହେବା ଆଶଙ୍କା

ନୂଆଦିଲ୍ଲୀ : ଥାଇଲାଣ୍ଡରେ ଥିବା ଖୋନ୍‌ କେନ୍‌ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସେନାର ଜଣେ ଯବାନ ଏଚ୍‌ଆଇଭି ପୀଡ଼ିତ ହୋଇଥିବା ବେଳେ ସୋସିଆଲ ମିଡିିଆରେ ନିଜର ନକଲି ସମଲୈଙ୍ଗିକ ଡେଟିଙ୍ଗ ପ୍ରୋଫାଇଲ ତିଆରି କରି ୭୫ଜଣ ଯୁବକଙ୍କ ସହ ଶରୀରିକ ସଂପର୍କ ରଖିଥିଲେ। ଏବେ ଶାରୀରିକ ସଂପର୍କ ରଖିଥିବା ସମସ୍ତ ୭୫ ଜଣଙ୍କୁ ଏଡ଼୍‍ସ ହେବାର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ୭୫ଜଣଙ୍କ ବୟସ ୧୩-୧୮ବର୍ଷ ରହିଥିବା ଜଣାପଡ଼ିଛି ।

WebMD

ସୂଚନା ଅନୁସାରେ, ଯବାନ ପ୍ରଥମେ ସମଲୈଙ୍ଗିକ ଡେଟିଙ୍ଗ ପ୍ରୋଫାଇଲ ଜରିଆରେ କିଶୋରମାନଙ୍କ ସହ କଥା ହୋଇଥିଲେ । ଯାହା ପରେ ସେମାନଙ୍କର ଆପତ୍ତିଜନକ ଫଟୋ ମାଗିଥିଲେ । ଫଟୋ ପାଇବା ପରେ ବ୍ଲାକ୍‌ମେଲ କରି ଯବାନଜଣଙ୍କ ସେମାନଙ୍କୁ ନିଜ ପାଖକୁ ଡ଼ାକି ୭୫ଜଣ କିଶୋରଙ୍କ ସହ ଦୁଷ୍କର୍ମ କରିଥିଲେ । ୪ବର୍ଷ ଧରି ଅଭିଯୁକ୍ତ ଏପରି କାମ କରି ଆସୁଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ଥାଇଲାଣ୍ଡ ପୁଲିସ । ଗିରଫ ପରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି । ଯବାନଙ୍କ ଏଭଳି କାମ ବିଷୟରେ ଜଣା ପଡ଼ିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ସମ୍ବନ୍ଧିତ ଖବର