ୟୁଟ୍ୟୁବ ଦେଖି ଲିଙ୍ଗ ପରିବର୍ତ୍ତନ କରୁଥିଲେ ଦୁଇ ଫାର୍ମାସୀ ଛାତ୍ର, ଅଧିକ ରକ୍ତସ୍ରାବ ହେତୁ ହେଲା ଯୁବକଙ୍କ ମୃତ୍ୟୁ

ନେଲ୍ଲୋର(ଆନ୍ଧ୍ରାପ୍ରଦେଶ): ଲିଙ୍ଗ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଲା ଜୀବନ। ଫାର୍ମାସୀ ପଢ଼ୁଥିବା ଦୁଇ ଛାତ୍ରଙ୍କ ସହାୟତାରେ ନିଜର ଲିଙ୍ଗ ପରିବର୍ତ୍ତନ କରୁଥିଲେ ଯୁବକ। ୟୁଟ୍ୟୁବ ଦେଖି ଦୁଇ ଛାତ୍ର ଲିଙ୍ଗ ପରିବର୍ତ୍ତନ କରୁଥିବା ବେଳେ ଯୁବକଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ମୃତକଜଣକ ୨୮ବର୍ଷୀୟ ଶ୍ରୀକାନ୍ତ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଶ୍ରୀକାନ୍ତ ବିବାହିତ ‌ହୋଇଥିଲେ ବି ସେ ନିଜ ପତ୍ନୀଙ୍କଠାରୁ ଅଲଗା ରହୁଥିଲେ। ଏକା ରହୁଥିବା ସମୟରେ ସେ ଦୁଇ ଅଭିଯୁକ୍ତ ଫାର୍ମାସୀ ଛାତ୍ର ମସ୍ତାନ ଏବଂ ଜୀବାଙ୍କ ସଂପର୍କରେ ଆସିଥିଲେ। ଶ୍ରୀକାନ୍ତ ଲିଙ୍ଗ ପରିବର୍ତ୍ତନ ନେଇ ଚିନ୍ତା କରୁଥିବା ବେଳେ ମସ୍ତାନ ଏବଂ ଜୀବାଙ୍କ ସଂପର୍କରେ ଆସିବା ପରେ ସେମାନଙ୍କୁ ନିଜ ଇଚ୍ଛା ବିଷୟରେ ଜଣାଇଥିଲେ। ଏହା ପରେ ମସ୍ତାନ ଏବଂ ଜୀବା କମ ଟଙ୍କାରେ ଲିଙ୍ଗ ପରିବର୍ତ୍ତନ କରାଇଦେବା ନେଇ ଶ୍ରୀକାନ୍ତଙ୍କୁ ଆଶ୍ବାସନା ଦେବା ପରେ ଶ୍ରୀକାନ୍ତ ଏହା କରିବାକୁ ରାଜି ହୋଇଥିଲେ। ଏହା ପରେ ଉଭୟ ଛାତ୍ର ଶ୍ରୀକାନ୍ତଙ୍କ ସହିତ ଏକ ଘରୋଇ ଲଜ୍‌ରେ ପହଞ୍ଚିଥିଲେ। ସେଠାରେ ଜୀବା ଏବଂ ମସ୍ତାନ୍ ୟୁଟ୍ୟୁବ୍ ଦେଖି ଶ୍ରୀକାନ୍ତଙ୍କ ଅପରେସନ୍ ଆରମ୍ଭ କରିଥିଲେ। ହେଲେ ଅପରେସନ୍ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଶ୍ରୀକାନ୍ତଙ୍କର ମୃତ୍ୟୁ ହୋଇଥିଲା।

dailymail

ୟୁଟ୍ୟୁବ୍ ଦେଖି ଏହି ଅପରେସନ୍ କରିଥିବା ଉଭୟ ମସ୍ତାନ୍ ଏବଂ ଜୀବାଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପକ୍ଷରେ, କୁହାଯାଉଛି ଯେ ଶ୍ରୀକାନ୍ତ ପ୍ରକାଶମ ଜିଲ୍ଲା ବାସିନ୍ଦା ଥିଲେ ଏବଂ ସେ ହାଇଦ୍ରାବାଦରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଲିଙ୍ଗ ପରିବର୍ତ୍ତନ କରିବା ପରେ ସେ ମୁମ୍ବାଇ ଯିବାକୁ ଚାହୁଁଥିଲେ।

ସମ୍ବନ୍ଧିତ ଖବର