ଭୁବନେଶ୍ୱର: ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ସାଲିଆସାହି ବାଜପେୟୀ ନଗର ଅଞ୍ଚଳର ଗୋବିନ୍ଦ ବିଶ୍ୱାଳ (୨୮)। ଦୀର୍ଘ ଦିନ ହେବ ଗୋବିନ୍ଦ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ପିଛା କରିବା ସହ ହରାଇଣ ହରକତ କରୁଥିଲା। ଗୁରୁବାର ରାତିରେ ନାବାଳିକାଙ୍କ ଘରେ କେହି ନଥିବା ସୁଯୋଗରେ ସେ ତାଙ୍କ ଘରେ ପଶି ଯାଇଥିଲା। ଏହାପରେ ନାବାଳିକାଙ୍କ ସହ ଅସଦାଚରଣ କରିଥିଲା। ନାବାଳିକାଜଣଙ୍କ ପ୍ରତିବାଦ କରିବାରୁ ଗୋବିନ୍ଦ ତାଙ୍କୁ ମାରଧର କରିବା ସହ ଧମକ ଦେଇଥିଲା। ଏନେଇ ନାବାଳିକା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ନାବାଳିକାଙ୍କ ପରିବାରଲୋକ ଥାନାକୁ ଆସି ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ନାବାଳିକାଙ୍କୁ ଅସଦାଚରଣ, ଘର ମାଲିକ ଗିରଫ
/sambad/media/post_attachments/wp-content/uploads/2018/07/arrested-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)