ଝିଅ ସବୁ ସମ୍ମାନ ତଳେ ପକାଇ ଦେଲା,ଏବେ ତାକୁ ବଞ୍ଚାଇ ରଖି କିଛି ଲାଭ ନାହିଁ : ପଞ୍ଚାୟତ ବୈଠକରେ ଏହି କଥା କହିବାର ୨ଦିନ ପରେ ଝିଅକୁ ମାରିଦେଲେ ପରିବାର ଲୋକେ

ମୋରେନା(ମଧ୍ୟପ୍ରଦେଶ) : ସମାଜରେ ଲୋକମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ଚେଷ୍ଟା କରାଯାଉଥିଲେ ମଧ୍ୟ ଏବେ ବି ଅନରକିଲିଂ ଭଳି ସମସ୍ୟା ଦେଖା ଦେଉଛି । ମଧ୍ୟପ୍ରଦେଶର ମୋରେନାରେ ଜଣେ ଯୁବତୀ ନିଜ ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିବାରୁ ପରିବାର ଲୋକେ ନିଜ ଝିଅର ହତ୍ୟା କରିଥିବା ଜଣା ପଡ଼ିଛି । ସୂଚନା ମୁତାବକ, ହତ୍ୟାର ଦୁଇ ଦିନ ପୂର୍ବରୁ ଏ ଘଟଣାକୁ ନେଇ ପଞ୍ଚାୟତରେ ବୈଠକ ବସିଥିଲା । ସେଠାରେ ମୃତ ପୀଡ଼ିତାଙ୍କ ପରିବାର ଲୋକେ ନିଜ ଝିଅକୁ ମାରିଦେବେ ବୋଲି କହିଥିଲେ । ଆମର ସବୁ ସମ୍ମାନ ତଳେ ପଡ଼ିଗଲା । ଝିଅକୁ ବଞ୍ଚାଇ ରଖି କିଛି ଲାଭ ନାହିଁ ବୋଲି ପରିବାର ଲୋକେ ବୈଠକରେ ବସିଥିବା ଲୋକମାନଙ୍କୁ କହିଥିଲେ ।

Chicago Sun-Times

ବୈଠକର ଦୁଇ ଦିନ ପରେ ପରିବାର ଲୋକେ କହିଥିବା କଥାକୁ ସତ କରି ଦେଖାଇବା ପରେ ଉକ୍ତ ବୈଠକରେ ଉପସ୍ଥିତ ଥିବା ଜଣେ ଲୋକ ପୁଲିସରେ ଏ ନେଇ ଅଭିଯୋଗ କରିବା ପରେ ଖବରଟି ସାମ୍ନାକୁ ଆସିଥିଲେ । ଖବର ପାଇ ପୁଲିସ ତଦନ୍ତ ପାଇଁ ପହଁଞ୍ଚିବା ପରେ ପୀଡ଼ିତାଙ୍କ ଶବ ସତ୍କାର କରାଯାଇ ସାରିଥିଲା । ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ପୁଲିସ ପୀଡ଼ିତାଙ୍କ ହାଡ଼ର କିଛି ଖଣ୍ଡ ଏବଂ ପାଉଁଶକୁ ଜବତ କରିଛି । ଏ ନେଇ ଅଧିକ ସୂଚନା ପାଇବା ପାଇଁ ପୁଲିସ ପୀଡ଼ିତାଙ୍କ ଘରେ ପହଁଞ୍ଚିଥିବା ବେଳେ ତାଙ୍କ ବାପା ଲକ୍ଷ୍ମଣ ଗୁଜର ଏବଂ ତାଙ୍କର ୫ଭାଇ ଘରୁ ଫେରାର ରହିଛନ୍ତି ।

ସମ୍ବନ୍ଧିତ ଖବର