ଅନର୍‌ କିଲିଙ୍ଗ୍‌: ସହପାଠୀକୁ ପ୍ରେମ କରୁଥିବା ୧୭ ବର୍ଷର ଝିଅକୁ ହତ୍ୟାକଲା ବାପା

ଜୟପୁର: ରାଜସ୍ଥାନରେ ନିଜର ୧୭ ବର୍ଷର ଝିଅକୁ ଗୁଳି କରି ହତ୍ୟା କରିବା ପରେ ପୋଡ଼ି ଦେଇଛି ବାପା । ରାଜସ୍ଥାନର ଢ଼ୋଲପୁରରେ ରହୁଥିବା ବନୟ ସିଂ ନିଜ ଝିଅର ତାର ସହପାଠୀ ସହ ପ୍ରେମ ସଂପର୍କ ରଖିଥିବାରୁ ତାକୁ ଗୁଳି କରି ହତ୍ୟା କରିଛନ୍ତି । ଏହି କାମ ପାଇଁ ତାଙ୍କର ପରିବାର ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ବୋଲି ଜଣା ପଡ଼ିଛି । ଏହି ଘଟଣାଟି ଡ଼ିସେମ୍ବର ୧୦ରେ ଘଟିଥିବା ବେଳେ ଏଥି ପାଇଁ ଝିଅର ବାପା ବନୟ ସିଂ, ଦାଦା ଉଦୟ ସିଂ ଏବଂ ଖୁଡ଼ି ଗୀତା ଦେବୀଙ୍କୁ ଗିରଫ କରିଛି ପୁଲିସ । ଝିଅର ଜେଜେ ବାପା ଏବଂ କିଛି ବନ୍ଧୁବାନ୍ଧବ ଏଥିରେ ସାମିଲ ଥିବା ବେଳେ ସେମାନଙ୍କୁ  ପୁଲିସ ଏବେ ପଚରାଉଚରା ଆରମ୍ଭ କରିଛି ।
Representational Image (.smartmindsias.com)
ସୂଚନା ଅନୂଯାୟୀ, ବନୟ ସିଂଙ୍କ ଝିଅ ତାର ସହପାଠୀକୁ ଭଲ ପାଉଥିବା ବେଳେ ଏକାଠି ରହିବା ପାଇଁ ଦୁଇ ଜଣ ଘରୁ ଲୁଚି ପଳାଇଥିଲେ । ଏହି ଖବର ପ୍ରସାର ହେବା ପରେ ବନୟ ସିଂ ଏହି ସଂପର୍କକୁ ସହମତି ନ ଦେବା ସହ ଝିଅକୁ ଘରକୁ ନେଇ ଆସିଥିଲେ । ଏହି କାମ ପାଇଁ ବନୟଙ୍କ ସମ୍ମାନ ହାନି ହୋଇଥିବାରୁ ସେ ରାଗରେ ନିଜର  ରାଇଫଲ୍‌ ବାହାର କରି ଝିଅକୁ ଗୁଳି କରି ଦେଇଥିଲେ । ଏହା ପରେ ମୃତ ଶରୀରକୁ ନେଇ ମଶାଣିରେ ପୋଡ଼ି ଦେଇଥିଲେ ।
ଏହି ଘଟଣା ଘଟିବା ସମୟରେ ଝିଅର ମା’ ଘରେ ନ ଥିବା ଜଣା ପଡ଼ିଛି । ବାପା ଏବଂ ଦାଦାଙ୍କୁ ଡ଼ିସେମ୍ବର ୧୮ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ନେଇଥିବା ବେଳେ ଖୁଡ଼ିକୁ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି । ଝିଅର ବାପା ଏବଂ ଦାଦାଙ୍କର ପୂର୍ବରୁ ଅପରାଧୀକ ରେକର୍ଡ ଥିଲା ବୋଲି ଜଣା ପଡ଼ିଥିବା ବେଳେ ବ୍ୟବହାର ହୋଇଥିବା ବୁଲେଟ୍‌ ଏବଂ ରକ୍ତ ଭିଜା କପଡ଼ାକୁ ପୁଲିସ ଜବତ୍‌ କରିଛି ।
ସମ୍ବନ୍ଧିତ ଖବର