ଗର୍ଭବତୀ ମହିଳାଙ୍କୁ ପ୍ରସବ ସମୟରେ ଚାପୁଡ଼ା ମାରିଲେ ନର୍ସ, ଆଶ୍ଚର୍ଯ୍ୟ କରିଦେବ କାରଣ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଘରୋଇ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କୁ ମାଡ଼ ମରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାଙ୍କ ପ୍ରସବ କରାଉଥିବା ସମୟରେ ନର୍ସ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମହିଳାଙ୍କୁ ଚାପୁଡ଼ା ମାରି, ଏତେ କାହିଁକି ଖାଉଥିଲ, ଶିଶୁଟି ୪.୫କିଲୋ ହୋଇଗଲା ବୋଲି କହିଥିଲେ ନର୍ସ । ଅବହେଳା ପାଇଁ ଜନ୍ମ ହେବା ପରେ ଶିଶୁଟି ମୃତ୍ୟୁବରଣ କରିଥିବାରୁ ଏବେ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

Richmond Nursing

ସୂଚନା ମୁତାବକ, ପୀଡ଼ିତା ନେହା ସାରଡାଙ୍କ ପ୍ରସବ ସମୟ ପାଖେଇ ଆସୁଥିବା ବେଳେ ଗୁରୁବାର ତାଙ୍କ ପେଟରେ ଗଭୀର ଯନ୍ତ୍ରଣା ହୋଇଥିଲା । ଯାହା ପରେ ତୁରନ୍ତ ତାଙ୍କୁ ରାଜମୋହଲ୍ଲାର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାର କୌଣସି ଷ୍ଟାଫ୍‌ ଆସି ନଥିଲେ । ଦୁଇ ଘଣ୍ଟା ପରେ ନେହାଙ୍କୁ ଏକା ସାଙ୍ଗରେ ୧୬ଟି ଇଞ୍ଜେକ୍ସନ ଦିଆଯାଇଥିଲା । କିନ୍ତୁ ଯନ୍ତ୍ରଣା କମ ନ ହେବାରୁ ନେହାଙ୍କୁ ପ୍ରସବ ପାଇଁ ନିଆ ଯାଇଥିଲା । ପ୍ରସବ ପରେ ନେହା ନିଜ ପରିବାର ଲୋକଙ୍କୁ ନର୍ସମାନଙ୍କର ବ୍ୟବହାର ବିଷୟରେ କହିଥିଲେ । ନବଜାତର ଓଜନ ଦେଖି ନର୍ସ ତାଙ୍କୁ ଚାପୁଡ଼ା ମାରିଥିବା କଥା କହିବା ପରେ ପରିବାର ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର