ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରେ କଲେଜ ହଷ୍ଟେଲ କ୍ୟାଣ୍ଟିନ ଖାଦ୍ୟରେ ପୋକ ଓ ଦୁର୍ଗନ୍ଧଯୁକ୍ତ ଖାଦ୍ୟ ଖାଇ ଅନେକ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ସରଦାର ଅଜିଦ ସିଂହ ସ୍ମୃତି କଲେଜରେ ଖାଦ୍ୟ ସୁରକ୍ଷା ପ୍ରଶାସନର ଟିମ କ୍ୟାଣ୍ଟିନର ନୀରିକ୍ଷଣ କରିଥିଲେ।  ଏହି ସମୟରେ କଲେଜ ହଷ୍ଟେଲ ପିଲାଙ୍କ ପାଇଁ ଯେଉଁ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ ହେଉଥିଲା ତାହା ଅତ୍ୟନ୍ତ ଅପରିଷ୍କାର  ହୋଇପଡ଼ିଥିବା ଦେଖିବାକୁୂ ମିଳିଥିଲା। 

Advertisment

ଏହି ଦୃଶ୍ୟ ଦେଖିବା ପରେ ଅଧିକାରୀ କ୍ୟାଣ୍ଟିନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୋଷେଇ ଘରକୁ ସିଲ କରି ଦେଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଯେଉଁଥିରେ ରୋଷେଇ ଘର ସାରା ମଇଲା ପଡ଼ିଥିବା ବେଳେ ସାଲୁବାଲୁ ହୋଇ ପୋକ ଚାଲୁଛି। ଅଇଁଠା ବାସନ ସବୁକୁ ଅସରପା ଚାଟୁଥିବା ଦେଖିବାକୁ ମିଳିଛି। ଏହି ଖାଦ୍ୟ ଖାଇ ହଷ୍ଟେଲର ଅନେକ ପିଲା ଅସୁସ୍ଥ ହୋଇଥିବା ଜଣାପଡ଼ିଛି। 

ଏହି ଘଟଣାକୁ ନେଇ ମୁଖ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ ଦେବେନ୍ଦ୍ର ଦୁବେ କହିଛନ୍ତି, ‘ସରଦାର ଅଜିଦ ସିଂହ ସ୍ମୃତି କଲେଜ ହ‌ଷ୍ଟେଲରେ ତିଆରି ହୋଇଥିବା ଖାଦ୍ୟ ଖାଇ ଟାଇଫଡ଼ ଭଳି ରୋଗରେ ଅନେକ ଛାତ୍ର ପୀଡ଼ିତ ହୋଇଛନ୍ତି। ଏମିତି କି ହଷ୍ଟେଲ ପରିଚାଳକଙ୍କ ପାଖରେ ହଷ୍ଟେଲ ଚଲାଇବାକୁ ନେଇ କୌଣସି ଲାଇସେନ୍ସ ବି ନାହିଁ।’


ଛାତ୍ରମାନେ ରୋଷେଇଘରର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି।  ଲୋକେ ଭିଡିଓରେ ରୋଷେଇ ଘରର ଦୃଶ୍ୟ ଦେଖିବା ପରେ ଅସନ୍ତୋଷ ବ୍ୟକ୍ତ କରିବା ଉକ୍ତ କଲେଜ ହଷ୍ଟେଲ ପରିଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଅଧିକପଢ଼ନ୍ତୁ:  ତାଣ୍ଡବ ରଚିଲା ୩୫୦ କିମି ବେଗରେ ବହୁଥିବା ଝଡ଼: ୫ ଲକ୍ଷ ବେଘର