ନୂଆଦିଲ୍ଲୀର ଅର୍ପିତ ହୋଟେଲରେ ଅଗ୍ନିକାଣ୍ଡ: ହୋଟେଲ ମାଲିକ ଗିରଫ

ନୂଆଦିଲ୍ଲୀ: ନୂଆଦିଲ୍ଲୀର କରୋଲବାଗ୍‌ ଅଞ୍ଚଳରେ ଥିବା ଅର୍ପିତ ହୋଟେଲରେ ଅଗ୍ନିକାଣ୍ଡ ଘଟଣାରେ ରବିବାର ସକାଳେ ହୋଟେଲ ମାଲିକଙ୍କୁ ପୁଲିସ ଅବଶେଷରେ ଗିରଫ କରିଛି। ଏହାପୂର୍ବରୁ ଦିଲ୍ଲୀ ସରକାରର ମନ୍ତ୍ରୀ ସ୍ୱତନ୍ତ୍ର ଜୈନ ଅଭିଯୋଗ ଆଣିଥିଲେ ହୋଟେଲ ମାଲିକଙ୍କର ଭାରତୀୟ ଜନତା ପାର୍ଟି ସହିତ ସଂପର୍କ ଥିବା କାରଣରୁ ତାଙ୍କୁ ଗିରଫ କରାଯାଇ ନ ଥିଲା। ଦିଲ୍ଲୀ ପୁଲିସ କ୍ରାଇମ୍‌ବ୍ରାଞ୍ଚର ଡିସିପି ରାଜେଶ ଦେବ ଅର୍ପିତ ହୋଟେଲର ମାଲିକ ରାକେଶ ଗୋଏଲଙ୍କୁ ଗିରଫ କରିଛନ୍ତି।

ରାକେଶ କତରରୁ ଫେରୁଥିବା ଖବର ପାଇ ପୁଲିସ ବିମାନବନ୍ଦରରୁ ହିଁ ତାଙ୍କୁ ଗିରଫ କରିଛି। ଅର୍ପିତ ହୋଟେଲ୍‌ ଅଗ୍ନିକାଣ୍ଡରେ ୧୭ ଜଣଙ୍କର ପ୍ରାଣହାନି ଘଟିଥିଲା। ଗିରଫ ହୋଇଥିବା ରାକେଶ ଗୋଏଲଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଡିସିପି ରାଜେଶ ଦେବ କହିଛନ୍ତି। ହୋଟେଲ ମାଲିକ ରାକେଶ ଗୋଏଲଙ୍କ ନାଆଁରେ ଆଗରୁ ମଧ୍ୟ ଥାନାରେ ଅଭିଯୋଗ ରହିଥିଲା। ପୁଲିସ ଏଥିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ମାତ୍ର ତା’ପରେ ବି ରାକେଶ ସୁଧୁରି ନ ଥିଲେ।

ସମ୍ବନ୍ଧିତ ଖବର