ମୁରଦାବାଦ: ଉତ୍ତରପ୍ରଦେଶରେ ବସବାସ କରୁଥିବା ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଧୁମ୍ଧାମ୍ରେ ଗତ ସୋମବାର ବିବାହ କରି ଘରକୁ ଆଣୁଥିବା ବେଳେ ଏକ ଅଘଟଣ ଘଟିଥିଲା। ଦୁହିଁଙ୍କ ବିବାହ କରାଇ ଉଭୟଙ୍କ ପରିବାର ଖୁସିରେ ଥିବା ବେଳେ ହଠାତ ସେମାନଙ୍କ ଘର ଉପରେ କଳାବାଦଲ ଛାଇ ଯାଇଥିଲା। ବାପାଘର ଛାଡ଼ି ଶାଶୁଘର ଏରୁଣ୍ଡି ଡେଇଁବା ପୂର୍ବରୁ ନବବଧୂଙ୍କ ମଥାରେ ସିନ୍ଦୂର ଲିଭି ଯାଇଥିଲା।
୨୨ବର୍ଷୀୟ ଦୁଷ୍ୟନ୍ତ ଗିରି ପେଟ୍ରୋଲ ପମ୍ପରେ ସେଲସ୍ମ୍ୟାନ୍ ଭାବେ କାମ କରୁଥିଲେ। ଗତ ସୋମବାର ଦୁଷ୍ୟନ୍ତଙ୍କ ବିବାହ ବରେଲିର ଆଶାଙ୍କ ସହିତ ହୋଇଥିଲା। ବିବାହ ପରେ ଏକ କାରରେ ଆଶା, ଦୁଷ୍ୟନ୍ତ ଓ ଦୁଷ୍ୟନ୍ତଙ୍କ ଭାଇ ଏବଂ ଦୁଇଜଣ କ୍ୟାମେରାମ୍ୟାନ୍ ଘରକୁ ଫେରୁଥିଲେ। କିଛିବାଟ ଆସିବା ପରେ ସମସ୍ତେ କାରରୁ ଜଳଖିଆ ଖାଇବା ପାଇଁ ତଳକୁ ଓହ୍ଲାଇଥିଲେ।
ଜଳଖିଆ ଖାଇ ସାରିବା ପରେ ନବବଧୂ, ଦୁଷ୍ୟନ୍ତଙ୍କ ଭାଇ ଓ ଦୁଇ କ୍ୟାମେରାମ୍ୟାନ୍ ଗାଡ଼ିକୁ ଫେରିଥିବା ବେଳେ ବର ଦୁଷ୍ୟନ୍ତ କିନ୍ତୁ ଆଉ ଫେରି ନଥିଲେ। ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ଖବର ମିଳି ନ ଥିଲା।
ମଙ୍ଗଳବାର ସକାଳେ ଦୁଷ୍ୟନ୍ତଙ୍କ ମୃତଦେହ ଏକ ଗଛରେ ଝୁଲିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ୟନ୍ତଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଏହି ଘଟଣାକୁ ପୁଲିସ ହତ୍ୟା ଓ ଆତ୍ମହତ୍ୟା ଆଦି ଦୁଇଟି ଦିଗରେ ଯାଞ୍ଚ ଆରମ୍ଭ କରିଛି। ଦୁଷ୍ୟନ୍ତଙ୍କ ମୃତଦେହ ନିକଟରୁ ମିଳିଥିବା ଦୁଇଟି ମଦବୋତଲକୁ ପୁଲିସ ଜବତ କରିଛି। ସେଥିରେ ଥିବା ଆଙ୍ଗୁଳି ଚିହ୍ନକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Sindura-13_Thumb-ff-copy.jpg)