ବନେଶ୍ୱର: ଏକାମ୍ର ପାର୍କସ୍ଥିତ ଏକାମ୍ରଭିଲ୍ଲା ଅଞ୍ଚଳର ଏକ ଦୁଇମହଲା ଘରେ ଦୀର୍ଘଦିନ ଧରି ଆର୍ୟୁବେଦିକ ସ୍ପା ସେଣ୍ଟର୍ ନାଁରେ ଚାଲିଥିବା ସେକ୍ସର୍ୟାକେଟ୍କୁ ନୂଆପଲ୍ଲୀ ଥାନା ପୁଲିସ ଠାବ କରବା ପରେ ଆଜି ଏହି ସେକ୍ସ ର୍ୟାକେଟ୍ର ଅନ୍ୟତମ ଅଭିଯୁକ୍ତ ତଥା ଘର ମାଲିକ ରାମେଶ୍ୱର ଆଚାରୀ( ୩୦ ବର୍ଷ)ଙ୍କୁ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରୁ ଗିରଫ କରିଛି। ଗିରଫ ହୋଇଥିବା ଶ୍ରୀ ଆଚାରୀଙ୍କୁ କମିସନରେଟ୍ ପୁଲିସ ଟିକାବାଲିରୁ ଭୁବନେଶ୍ୱର ଆଣୁଛି। ଏଠାରେ ତାଙ୍କର ପଚରାଉଚରା କରାଯିବ ବୋଲି ପୁଲିସ କହିଛି।
ସୂଚନାଯୋଗ୍ୟ ଯେ ଗତକାଲି ଏହି ସ୍ପାରୁ ପୁଲିସ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାଣୀ ମହୁମାଛି ସମେତ ୪ଜଣ ଗ୍ରାହକଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ପୁଲିସ ୬ ହଜାର ଟଙ୍କା, ୯ଟି ମୋବାଇଲ୍ ଫୋନ୍, ସ୍ପ୍ରେ ଏବଂ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା। ଗିରଫ ଗ୍ରାହକମାନେ ହେଲେ ଜଟଣୀ ଦୁର୍ଗାପୁର ଅଞ୍ଚଳର ଦୀପକ ପରିଡ଼ା(୩୨), କଟକ ଗୋପାଳପୁର ଅଞ୍ଚଳର ରଘୁନାଥ ପାଣ୍ଡେ(୩୬), ତାଳଚେର ରେମୁଣା ଅଞ୍ଚଳର ବିନୋଦ କୁମାର(୩୨), ଜଗତସିଂହପୁର ନାଉଗାଁ ଅଞ୍ଚଳର ବିରଞ୍ଚି ନାରାୟଣ ବାରିକ(୨୮) ଓ ରାଣୀମହୁମାଛି କଟକ ବଡ଼ମ୍ବା ଅଞ୍ଚଳର ରିଙ୍କି ସ୍ୱାଇଁ। ତେବେ ଏହି କାରବାର ପଛରେ ଘର ମାଲିକଙ୍କର ସିଧାସଳଖ ସମ୍ପୃକ୍ତି ଥିବା ନେଇ ପୁଲିସ ତଦନ୍ତ ବେଳେ ଜାଣିପାରିଥିଲା। ତେଣୁ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।ଶେଷରେ ଅଭିଯୁକ୍ତ ତଥା ଘରମାଲିକ ଶ୍ରୀ ଆଚାରୀଙ୍କୁ କନ୍ଧମାଳର ଟିକାବାଲିରୁ ଗିରଫ କରାଯାଇଥିବା କମିସନ୍ରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/DSCN8293.jpg)