ମୁମ୍ବାଇ: କିଛି ଦିନ ତଳେ ମୁମ୍ବାଇରେ ଜଣେ ଏୟାର ହୋଷ୍ଟେସଙ୍କୁ ହତ୍ୟା କରାଯାଇଥିଲା। ସେ ରହୁଥିବା ଭଡ଼ା ଘରେ ଏକା ଥିବା ବ‌େଳେ ତାଙ୍କୁ ଜଣେ ସଫେଇ କର୍ମଚାରୀ ହତ୍ୟା କରିଥିବା କୁହାଯାଉଥିଲା। ବନ୍ଦ ଘରେ ତାଙ୍କ ମୃତଦେହ ପଡ଼ିଥିବାର ପୁଲିସକୁ ମିଳିଥିବା ବେଳେ ତାଙ୍କର ଗଳା କାଟି ହତ୍ୟା କରିଥିଲା ଅଭିଯୁକ୍ତ। ଏବେ ପଚରାଉଚରା କରାଯିବାରୁ ହତ୍ୟା ପଛର କାରଣ ଜଣାଇଛି ଅଭିଯୁକ୍ତ। ମୃତକଙ୍କ ନାମ ରୁପଲ ଓଗରେ ଥିବା ବେଳେ ହତ୍ୟାକାରୀର ନାମ ବିକ୍ରମ ଅଟୱାଲ(୪୦) ବୋଲି ଜଣାପଡ଼ିଛି।

Advertisment

ପୁଲିସର କହିବା ମୁତାବକ, ପଚରାଉଚରା ପରେ ବିକ୍ରମ, ରୁପଲଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ଘଟଣା ଦିନ ୧୧.୩୦ରେ ସେ ରୁପଲଙ୍କୁ ହତ୍ୟା କରିଥିବା କହିଛି। ତା’ର କହିବା ମୁତାବକ, "ଘଟଣା ଦିନ ଅଳିଆ ଆଣିବା ପାଇଁ ରୁପଲ ରହୁଥିବା ତୃତୀୟ ମହଲା ଘରକୁ ଯାଇଥିଲା ବିକ୍ରମ। ରୁପଲ କବାଟ ଖୋଲିବା ପରେ ଅଳିଆ ନେବା ବାହାନାରେ ଗାଧୁଆ ଘର ପାଇପ୍ ଲିକ୍ ଅଛି କହି ଦେଖିବାକୁ ଚାହିଥିଲା ବିକ୍ରମ। ଏହା ପରେ ରୁପଲ ତାଙ୍କୁ ଭିତରକୁ ଆସିବାକୁ ଦେଇଥିଲେ। ରୁପଲ ଲିକ୍ କେଉଁଠି ଅଛି ଦେଖିବା ପାଇଁ ଗାଧୁଆ ଘର ଭିତରକୁ ଯିବା ପରେ ବିକ୍ରମ ତାଙ୍କୁ ଜାବୁଡ଼ି ଧରିବା ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ହେଲେ ରୁପଲ ଏହାକୁ ବିରୋଧ କରିବାରୁ ସେ ରାଗରେ ରୁପଲଙ୍କ ବେକକୁ ଛୁରୀରେ ୨ଥର ଆକ୍ରମଣ କରିଥିଲେ। ଆକ୍ରମଣ ପରେ ରୁପଲଙ୍କ ମୃତ୍ୟୁ ହେବାରୁ ବିକ୍ରମ ନିଜର ରକ୍ତଭିଜା ପୋଷାକ ଧୋଇ ଘର ବାହାରକୁ ଚାଲିଯାଇଥିଲେ। ତାଙ୍କର ଡିୟୁଟି ଅପରାହ୍ନ ୪ଟାରେ ଶେଷ ହେଉଥିବା ବେଳେ ସେ ଘଟଣାଦିନ ୨ଟାରେ ଘରକୁ ଫେରିଯାଇଥିଲେ, ଯାହା ପୁଲିସର ସନ୍ଦେହ ବଢ଼ାଇଥିଲା।"

publive-image

ବିକ୍ରମ ପୁଲିସକୁ କହିଛି ଯେ, ସେ କେବଳ ରୁପଲଙ୍କୁ ଡରାଇ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ଛୁରୀ ନେଇଥିଲେ। ହେଲେ ପରେ ରୁପଲ ଚିତ୍କାର କରିବାରୁ ସେ ଆକ୍ରମଣ କରିଥିଲେ।