ଇଏମ୍‌ଆଇ ଛାଡ଼ ସଂପର୍କିତ କଲ୍‌ କିମ୍ବା ମେସେଜ୍‌ ଆସୁଥିଲେ ସାବଧାନ! ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌

ନୂଆଦିଲ୍ଲୀ:  କରୋନା ଭାଇରସର ଭୟାବହତା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ଏହା ଏବେ ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଛି । ଫଳରେ ଅନେକ ବଡ ବଡ କଂପାନୀ ଅଧୁନା ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ତେବେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ତଥା କରୋନାକୁ ରୋକିବା ପାଇଁ ଦେଶବ୍ୟାପୀ ତାଲାବନ୍ଦ କଟକଣା ଜାରି କରାଯାଇଛି । ସେହିଭଳି ଲକଡାଉନ ପରିସ୍ଥିତିରେ ଯେଭଳି ଲୋକଙ୍କର କୌଣସି ପ୍ରକାରର ଅସୁବିଧା ନହୁଏ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି। ହେଲେ ଏହାର ଖରାପ ଫାଇଦା ଉଠାଇଛନ୍ତି କିଛି ଅସମାଜିକ ବ୍ୟକ୍ତି । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନରରେ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଠକ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନେ ଏବେ ଠକେଇ କରିବାର ଏକ ନୂଆ ତରିକା ଆପଣେଇଛନ୍ତି । ଅର୍ଥାତ୍ ଋଣର ଇଏମଆଇ ଟାଳିବା ପାଇଁ ଏମାନେ ବର୍ତ୍ତମାନ କଲ ତଥା ମେସେଜ କରି ଲୋକଙ୍କୁ ଚୂନା ଲଗାଉଛନ୍ତି । ତେବେ ବ୍ୟାଙ୍କ ପକ୍ଷରୁ ଏଭଳି କଲ୍ ତଥା ମେସେଜ ପ୍ରତି ଗ୍ରାହକଙ୍କୁ ସାବଧାନ ରହିବାକୁ କୁହାଯାଇଛି ।

ବଡ କଥା ହେଉଛି, ଏପ୍ରକାରର ସାଇବର ଠକମାନେ ବ୍ୟାଙ୍କ ଅଧିକାରୀଙ୍କ ରୂପରେ ଫୋନ କରି ଲୋକଙ୍କୁ ଭୁଆଁ ବୁଲାଉଥିବା ଖବର ସାମ୍ନାକୁ ଆସିଛି । ଏପରିକି ଆପଣଙ୍କ ଲୋନର ଇଏମଆଇ ତିନି ମାସ ପର୍ଯ୍ୟନ୍ତ ଛାଡ୍ କରାଯାଉଛି । ଏଥିପାଇଁ ଆପଣଙ୍କ ନିକଟକୁ ବ୍ୟାଙ୍କ ପକ୍ଷରୁ ଏକ ଓଟିପି କୋଡ ପଠାଯିବ ଆଉ ଏହାକୁ ସେମାନଙ୍କୁ ଦେବାକୁ କୁହାଯାଉଛି । ଯଦି କୌଣସି ବ୍ୟକ୍ତି ଭୁଲବଶତଃ ବା ପ୍ରରୋଚନାରେ ପଡି ଏହି ଓଟିପି ନମ୍ବରଟିକୁ ସେମାନଙ୍କ ସହ ସେୟାର କରିଦିଅନ୍ତି ତେବେ ତାଙ୍କ ଖାତାରୁ ସମସ୍ତ ଟଙ୍କା ତତକ୍ଷଣାତ୍ ଗାଏବ ହୋଇଯାଉଛି ।

State Bank of India

@TheOfficialSBI

Cyber fraudsters keep finding new ways to scam people. The only way to beat the is to & be aware. Please note that EMI Deferment does not require OTP sharing. Do not share your OTP. For details on EMI Deferment scheme, visit: https://bank.sbi/stopemi 

View image on Twitter

ତେଣୁ ଏଭଳି ଅପରାଧକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ନିଜ ଗ୍ରାହକଙ୍କ ନିକଟକୁ ମେଲ, ଟ୍ୱିଟ ତଥା ମେସେଜ ଜରିଆରେ ଏଭଳି ଠକାମୀର ଶିକାର ନ ହେବାକୁ ସତର୍କ କରାଯାଉଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଟୁଇଟ କରି ଚେତାବନୀ ଦିଆଯାଇଛି କି, ସାଇବର ଠକମାନେ ବର୍ତ୍ତମାନ ଠକେଇ କରିବାର ନୂଆ ତରିକା ଆପଣେଇଛନ୍ତି । ଆଉ ଏମାନଙ୍କଠାରୁ ବଂଚିବାର ଏକମାତ୍ର ଉପାୟ ହେଲା ସାବଧାନତା ଏବଂ ସତର୍କତା । ତେବେ ଇଏମଆଇକୁ ଟାଳିବା ପାଇଁ କୌଣସି ଓଟିପି ନମ୍ବରର ଆବଶ୍ୟକତା ନ ଥାଏ । ତେଣୁ ନିଜ ଓଟିପି ନମ୍ବରକୁ କୌଣସି ବି ବ୍ୟକ୍ତିଙ୍କ ସହ ସେୟାର ନକରିବାକୁ ସତର୍କ କରାଇଛି ଏସବିଆଇ । ସେହିପରି ଆପଣ ନେଇଥିବା ଲୋନର ଇଏମଆଇକୁ ଟାଳିବା ପାଇଁ ବ୍ୟାଙ୍କର ଆଧିକାରୀକ ୱେବସାଇଟ୍ https://bank.sbi/stopemiକୁ ଯାଇ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି ।

State Bank of India

@TheOfficialSBI

Cyber fraudsters keep finding new ways to scam people. The only way to beat the is to & be aware. Please note that EMI Deferment does not require OTP sharing. Do not share your OTP. For details on EMI Deferment scheme, visit: https://bank.sbi/stopemi 

View image on Twitter

ସେହିପରି ଘରୋଇ ବ୍ୟାଙ୍କ ତଥା ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ନିଜ ଗ୍ରାହକମାନଙ୍କୁ ଚେତାଇ ଦିଆଯାଇଛି ଯେ, କୌଣସି ବି ବ୍ୟାଙ୍କ ଆପଣଙ୍କ ଇଏମଆଇ ତଥା ସୁଧ ପରିଶୋଧକୁ ଟାଳିବା ପାଇଁ କୌଣସି ବି ଓଟିପି, ୟୁଜର ଆଇଡି ତଥା ପାସୱାର୍ଡ ଭଳି ଗ୍ରାହକଙ୍କ ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟ ବା ବ୍ୟାଙ୍କିଂ ଡିଟେଲ ମାଗିପାରିବେ ନାହିଁ । ଏଥିପାଇଁ ସଚେତନ ରୁହନ୍ତୁ ଏବଂ ସୁରକ୍ଷିତ ବ୍ୟାଙ୍କିଂ ଆପଣାଇବାକୁ ବ୍ୟାଙ୍କ ତରଫରୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର