ଗିରଫ ହେଲେ ଦିଲ୍ଲୀର ସବୁଠାରୁ ବଡ଼ ଅପରାଧୀ ପରିବାରର ‘ଗଡ୍‌ମଦର’ ବଷିରନ; ତାଙ୍କ ବିରୋଧରେ ରହିଛି ୧୧୩ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀର ସବୁଠାରୁ ବଡ଼ ଅପରାଧୀ ପରିବାରର ‘ଗଡ୍‌ମଦର’ ଭାବେ ପରିଚିତା ୬୧ ବର୍ଷୀୟା ବଷିରନ ଶୁକ୍ରବାର ଦକ୍ଷିଣ ଦିଲ୍ଲୀ ସଂଗ୍ରାମ ବିହାରରୁ ଗିରଫ ହୋଇଛନ୍ତି। ସେଠାରେ ସେ ତାଙ୍କର ଅପରାଧୀକ ସାମ୍ରାଜ୍ୟ ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି। ଏହି ସାମ୍ରାଜ୍ୟରେ ତାଙ୍କୁ ସହାୟତା କରୁଥିଲେ ତାଙ୍କର ୮ ପୁଅ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ ଜାଣିବାକୁ ମିଳିଛି।

ଏହି କାରବାର ସେ ପ୍ରାୟ ୨ ଦଶଂଦ୍ଧି ଧରି କରି ଚଳାଇ ଆସୁଛନ୍ତି। ଗତ ଆଠ ମାସ ହେବ ସେ ଏକ ଅନୁବନ୍ଧ ହତ୍ୟା ମାମଲାରେ ପୁଲିସ୍‌ ନଜରକୁ ଆସିବା ପରେ ତାଙ୍କୁ ଖୋଜିବା ଆରମ୍ଭ ହୋଇଥିଲା।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ତାଙ୍କ ଏବଂ ତାଙ୍କ ପରିବାର ନାମରେ ସମୁଦାୟ ୧୧୩ ଅପରାଧିକ ମାମଲା ରହିଛି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ରହିଛି ହତ୍ୟା, ଅନୁବନ୍ଧ ହତ୍ୟା, ଜବର ଦଖଲ, ଅପହରଣ, ଚୋରି, ଡକାୟତି ଆଦି। କେବଳ ସଂଗ୍ରାମ ବିହାରର ପୂଲିସ୍‌ ଷ୍ଟେସନ୍‌ରେ ୯ ଟି ମାମଲା ରୁଜୁ ହୋଇଥିବା ସୂଚନା ରହିଛି।

୨୦୧୭ ମସିହାରେ ବଷିରନ ଜଣେ ୨୧ ବର୍ଷିଅ ଯୁବକଙ୍କୁ ଅନୁବନ୍ଧ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଅନୁବନ୍ଧ ହତ୍ୟା ଅଭିଯୋଗରେ ପୂର୍ବରୁ ତାଙ୍କର ଦୁଇ ପୁଅ ମଧ୍ୟ ଜେଲ୍‌ରେ ଅଛନ୍ତି।

ବଷିରନ୍‌ ହେଉଉନ୍ତି ଏହି ରିଙ୍ଗ୍‌ର ନେତ୍ରୀ ବୋଲି ପୁଲିସ୍‌ ସୂଚନା ପ୍ରଦାନ କରିଛି। ବଷିରନ୍‌ ନିଜ ଅଞ୍ଚଳରେ ଥିବା ୩ଟି ସରାକାରୀ ବୋର୍‌ େଓ୍ଵଲ୍‌କୁ ନିଜ୍‌ କବ୍‌ଜାରେ ବଳପୂର୍ବକ ନେଇ ସ୍ଥାନୀୟ ଲୋକଙ୍କୁ ଜଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ଏହି ସବୁ କାର୍ଯ୍ୟରେ ବଷିରନଙ୍କ ସମର୍ଥନ କରନ୍ତି ତାଙ୍କ ପୁଅ ଓ ପୁଅଙ୍କ ସାଙ୍ଗମାନେ। ପାଣି ପାଇଁ ପ୍ରତ୍ୟେକ ଘରୁ ସେ ମାସିକ ୬୦୦ରୁ ୧୦୦୦ ଟଙ୍କା ଦାବି କରନ୍ତି।

ସମ୍ବନ୍ଧିତ ଖବର