ଆକାଶରୁ ପଡ଼ିଲା ମନୁଷ୍ୟ ମଳ, ମହିଳା ଗାଡ଼ି ଚାଳକଙ୍କ ଆଖିରେ ହେଲା ସଂକ୍ରମଣ !

ନୂଆଦିଲ୍ଲୀ: ଆକାଶରୁ ମାଛବର୍ଷା ଓ କୁଆପଥର ବର୍ଷା ହେବାର କଥା ଆମେ ଶୁଣିଛେ। କିନ୍ତୁ କେବେ ଶୁଣିଛନ୍ତି ଆକାଶରୁ ମନୁଷ୍ୟ ମଳ ବର୍ଷା ହେବାର। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ। ଜଣେ ମହିଳା ଚାଳକ ତାଙ୍କ ସହିତ ଏହି ଅଦ୍ଭୁତ ଘଟଣା ଘଟିଥିବା ନେଇ ଦାବି କରିଛନ୍ତି।

କନ୍ନାଡାର ବ୍ରିଟିସ୍‌ କୋଲମ୍ବିଆର କେଲୋବାନାରେ ବସବାସ କରୁଥିବା ମହିଳା ସୁସାନ୍‌ ଏଲନ୍‌ଙ୍କ କହିବାନୁସାରେ, ସେ ରାସ୍ତାରେ ଗାଡ଼ି ନେଇ ଯାଉଥିବା ସମୟରେ ଆକାଶରୁ ହଠାତ୍‌ ମନୁଷ୍ୟ ମଳ ତାଙ୍କ ଆଖିରେ ଆସି ପଡ଼ିଥିଲା। କେବଳ ଏତିକି ନୁହେଁ ଏହି ମଳ ତାଙ୍କ ପୁଅ କାନ୍ଧରେ ବି ପଡ଼ିଥିଲା। ସେ ସଙ୍ଗେସଙ୍ଗେ ପାଣିରେ ଧୋଇ ମଳକୁ ପରିଷ୍କାର କରିଥିଲେ ହେଁ ତାଙ୍କ ଆଖିରେ ଜଳାପୋଡା ହୋଇଥିଲା। ତେଣୁ ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ସୁସାନ୍‌ଙ୍କ ଆଖରେ ମଳ ପଡ଼ି conjunctivitis ସଂକ୍ରମଣ ହୋଇଥିବା କଥା କହିଥିଲେ। ଯେତେବେଳେ ତାଙ୍କ ଉପରେ ମଳ ପଡ଼ିଥିଲା ସେତେବେଳେ ତାଙ୍କ କାର ଉପରେ ଏକ ବିମାନ ଯାଉଥିବା କଥା ସେ କହିଛନ୍ତି। ଘଟଣା ସମୟରେ ସୁସାନ୍‌ କେଲୋନା ଏୟାରପୋର୍ଟ ନିକଟରେ ଥିଲେ।

ଏହି ଘଟଣାକୁ କନ୍ନାଡା ଟ୍ରାନ୍ସପୋର୍ଟ ସତ ବୋଲି କହିଛି, ମହିଳାଙ୍କ ସହିତ ଏଭଳି ଘଟଣା ୨୦୧୮ ମଇ ୯ ତାରିଖରେ ଘଟିଥିଲା। ଆକାଶରୁ ମଣିଷ ମଳ ପଡ଼ିବା ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ସୁସାନ୍‌ ଆଖି ସଂକ୍ରମଣ ପାଇଁ ୧୨ଦିନ ପାଇଁ ଡାକ୍ତରଙ୍କ ପାଖରୁ ଔଷଧ ଆଣି ସେବନ କରୁଛନ୍ତି।

ସମ୍ବନ୍ଧିତ ଖବର