ଯାତ୍ରୀ ମଳ ଧରି ଯାଉଥିବେ ବୋଲି ଭାବୁଥିଲେ , ହେଲେ ସେଥିରେ ଥିଲା ୧୫ ଲକ୍ଷର ସୁନା

ନୂଆଦିଲ୍ଲୀ: ଜଣେ ଯାତ୍ରୀ ନିଜ ପେଟରେ ଏକ ହଳଦିଆ ସାମଗ୍ରୀ ଥିବା ପ୍ୟାକେଟ୍‌ ଲଗାଇ ଆଣିଥିଲେ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ସି ଆଇ ଏସ ଏଫ୍‌ କର୍ମଚାରୀମାନେ ଧରିଥିଲେ। ସମସ୍ତେ ଭାବିଥିଲେ ଯେ ବୋଧହୁଏ ମଳ ଧରି ଯାଉଛି,ମାତ୍ର ପ୍ରକୃତରେ ସେଥିରେ ୬୫୦ ଗ୍ରାମର ସୁନା ପେଷ୍ଟ ଥିଲା। ତାହା ଦେଖିବାକୁ ଏକଦମ୍‌ ମନୁଷ୍ୟର ମଳ ସଦୃଶ ଥିଲା।


ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ ଯେ ଉକ୍ତ ସୁନାର ମୂଲ୍ୟ ୧୫ ଲକ୍ଷ ଟଙ୍କା। ଯେହେତୁ ସେହି ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ କମ୍‌,ତେଣୁ ସୀମା ଶୁଳ୍କ ନିୟମ ଅନୁଯାୟୀ ଉକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇପାରିଲା ନାହିଁ। କିନ୍ତୁ ଉକ୍ତ ସୁନା ପେଷ୍ଟକୁ ଜବତ କରାଯାଇଥିଲା। ଉକ୍ତ ଯାତ୍ରୀଜଣକ ମଙ୍ଗଳବାର ଦିନ ଭୋର ସାଢେ ୪ଟା ବେଳେ ଦୁବାିରୁ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ସେହି ସୁନା ପେଷ୍ଟକୁ ଏକ୍ସରେ ସ୍କାନରରେ ତନଖି କରିବା ପରେ ଜଣା ପଡ଼ିଲା ଯେ ସେଥିରେ ସୁନା ଅଛି। ସି ଆଇ ଏସ ଫ୍‌ ର ଏ ସି ପି ହେମେନ୍ଦ୍ର ସିଂହ ଏହି ଘଟଣାକୁ ସତ୍ୟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର