ତ୍ୱଚାର ରଂଗ ମଳିନ ହୋଇଥିବାରୁ ରୀତିମତ ତାତ୍ସଲ୍ୟ କରୁଥିଲେ ସ୍ୱାମୀ, କୂଅକୁ ଡେଇଁ ଆତ୍ମହତ୍ୟା କଲେ ୬ ମାସ ତଳେ ବିବାହ କରିଥିବା ଯୁବତୀ

କୋଟା: ରାଜସ୍ଥାନର ଝଲଓ୍ଵାର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ୬ ମାସ ତଳେ ବିବାହ କରିଥିବା ଜଣେ ୨୧ ବର୍ଷୀୟା ଯୁବତୀ ସ୍ୱାମୀଙ୍କ କଟୁକଥା ସହ୍ୟ ନ କରିପାରି ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ତ୍ୱଚାର ରଂଗ ମଳିନ ହୋଇଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ବାରମ୍ବାର ଅପମାନିତ କରିବା ଭଳି କଥା କହୁଥିଲେ। ସେ ସବୁକୁ ଯୁବତୀ ସହ୍ୟ ନ କରିପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ବକାନି ପୁଲିସ୍‌ ଥାନା ଅଧୀନରେ ଥିବା ମହିଳା ନିଜ ଘର ବାହାରର କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ସେ କୂଅକୁ ଡେଇଁପଡ଼ିବା ପରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଯୁବତୀଙ୍କ ସ୍ୱାମୀ ଦିନେଶଙ୍କ ବିରୋଧରେ ପୁଲିସ୍‌ ଏକ ମାମଲା ରୁଜ୍ଜୁ କରିଛି। ମୃତକ ଯୁବତୀଙ୍କ ବାପା ପୁଲିସ୍‌ରେ ବୟାନ ଦେଇ କହିଛନ୍ତି ଯେ ତାଙ୍କ ଝିଅ ଚଳିତବର୍ଷ ଏପ୍ରିଲ୍‌ରେ ବିବାହ କରିଥିଲେ। ମାତ୍ର ତାଙ୍କ ସ୍ୱାମୀ ସବୁବେଳେ ତାଙ୍କ ବର୍ଣ୍ଣକୁ ନେଇ ତାତ୍ସଲ୍ୟ କରୁଥିଲେ।

ସମ୍ବନ୍ଧିତ ଖବର