ନୂଆଦିଲ୍ଲୀ: ଶନିବାର ଅପରାହ୍ଣରେ ଜନକପୁରୀ ଅନ୍ତର୍ଗତ ପୋସ୍ ଅଞ୍ଚଳର ସି-୫ରେ ଚୋରମାନେ କେହି ନ ଥିବା ସମୟରେ ଗୋଟାଏ ଘରେ ଚଢ଼ାଉ କରି ସମଗ୍ର ଘରେ ଉଣ୍ଡଳା ଉଣ୍ଡୁଳି କରି ୫ ଲକ୍ଷ ଟଙ୍କାର ଅଳଙ୍କାର ସହ କିଛି ଟଙ୍କା ନେଇ ପଳାଇଛନ୍ତି। କେବେଳ ସେତିକି ନୁହେଁ ସେ ଘରେ ଫ୍ରିଜ୍ରେ ଥିବା ପାଚିଲା କଦଳୀ ଖାଇବା ସହ ବିୟର୍ ଓ ପଇଡ଼ ପିଇ ଦେଇଛନ୍ତି।
ସେ ଘରଟି ହେଉଛି ନୋବେଲ ପୁରସ୍କାର ପ୍ରାପ୍ତ କୈଳାସ ସତ୍ୟାର୍ଥୀଙ୍କ ସଙ୍ଗଠନ ସମ୍ପୃକ୍ତ ପେମାଙ୍କର।
/sambad/media/post_attachments/wp-content/uploads/2019/07/ho-300x173.jpg)
ପ୍ରେମା କହିଛନ୍ତି ଯେ ଗତ କେତେ ମାସ ହେବ ତାଙ୍କ କଲୋନିରେ ଏ ଧରଣର ଚୋରି ହେଉଛି। ସେ କଲୋନିରେ ବାସ କରୁଥିବା ଦକ୍ଷିଣ ଏମ୍ସିଡିର ପୂର୍ବତନ ମେୟର୍ ନରେନ୍ଦ୍ର ଚାଓ୍ଵଲା କହନ୍ତି ଏଇଟା ବଡ଼ ସାଙ୍ଘାତିକ କଥା। ଯଥା ଶୀଘ୍ର ଏହାର ପ୍ରତିକାର ଆବଶ୍ୟକ।
ଚୋରମାନଙ୍କୁ ଧରିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି। ଘରେ ଥିବା ବିଭିନ୍ନ ଜିନିଷରୁ ପୁଲିସ ଆଙ୍ଗୁଠି ଚିହ୍ନ ସଂଗ୍ରହ କରିଛି।