ଫେସବୁକ୍‌ ପ୍ରେମିକା ପାଇଁ ପତ୍ନୀ, ପୁତ୍ରକୁ ସୁପାରି କିଲର ଦ୍ୱାରା ହତ୍ୟା କଲେ ସ୍ୱାମୀ

ମୁମ୍ବାଇ: ପରକୀୟା ପ୍ରୀତି କେତେ ଭୟଙ୍କର ହୋଇପାରେ ତାର ଏକ ନଜିର ଦେଖିବାକୁୁ ମିଳିଛି ମହାରାଷ୍ଟ୍ରରେ। ଜଣେ ସ୍ୱାମୀ ଦୁଇ ବର୍ଷ ତଳେ ଫେସବୁକ୍‌ରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ଓ ତାଙ୍କ ଫେସବୁକ୍‌ ପ୍ରେମିକାଙ୍କୁ ପାଇବା ପାଇଁ ନିଜର ପତ୍ନୀ ଓ ୪ ମାସର ଶିଶୁ ପୁତ୍ରକୁ ସୁପାରି କିଲର ଦ୍ୱାରା ମାରିବାକୁ ପଛାଇ ନାର୍ହିଁ। ତେବେ ପ୍ରଥମେ ଏହା ଏକ ଲୁଟ୍‌ ଓ ହତ୍ୟା ମାମଲା ବୋଲି ଭାବି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଏହି ଘଟଣା ପଛରେ ସ୍ୱାମୀଙ୍କ ହାତ ଥିବା ସନ୍ଦେହ କରି ପୁଲିସ ତଦନ୍ତ କରିବା ପରେ ରହସ୍ୟ ଉପରୁ ପରଦା ହଟିଛି। ପୁଲିସ ଅଭିଯୁକ୍ତ ସ୍ୱାମୀ, ତାଙ୍କ୍କ ପ୍ରେମିକା ଓ ଦୁଇ ଜଣ ସୁପାରି କିଲରଙ୍କୁ ଗିରଫ କରିଛି।


ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ରାତିରେ ମୁମ୍ବାଇ- ବେଙ୍ଗାଲୁର ରାସ୍ତାର ହିଞ୍ଜେଓ୍ଵାର୍ଡି ଥାନା ଅଞ୍ଚଳରେ ଏକ କାରରେ ସ୍ୱାମୀ ସହିତ ଯାଉଥିିବା ଅଶ୍ୱିିନୀ ଭୋଣ୍ଡେଭ (୨୫ ବର୍ଷ) ଓ ତାଙ୍କ ଶିଶୁ ପୁତ୍ର ଅନୁଜଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଉଭୟଙ୍କ ଶବ ପୁଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଶ୍ୱିନୀଙ୍କ ସ୍ୱାମୀ ଦତ୍ତା ଭୋଣ୍ଡେଭ ପୁଲିସକୁ କହିଥିଲେ ଯେ ତାଙ୍କୁ କେତେକ ଲୋକ ଲୁଟ୍‌ କରିବା ପାଇଁ ଅଟକାଇଥିଲେ। ଏହି ଳୁଟ୍‌ ଅବସରରେ ସେମାନେ ତାଙ୍କ ପତ୍ନୀ ଓ ଶିଶୁପୁତ୍ରଙ୍କୁ ହତ୍ୟା କରିଛନ୍ତି। ତେବେ ପୁଲିସ ତଦନ୍ତରୁ ଅଶ୍ୱିନୀଙ୍କ ସ୍ୱାମୀ ଦତ୍ତାଙ୍କୁ ସନ୍ଦେହ କରିଥିଲା। ତଦନ୍ତରୁ ଜଣା ପଡ଼ିଥିଲା ଯେ ଦତ୍ତାଙ୍କର ହିଞ୍ଜେଓ୍ଵାର୍ଡି ଥାନା ଅଞ୍ଚଳରେ ଥିବା ଏକ ହାଇସ୍କୁଲର କ୍ଲର୍କ ସୋନାଲି ଜେଓ୍ଵଲେ(୨୪ ବର୍ଷ)ଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଉଭୟ ପରସ୍ପରକୁ ଫେସବୁକ ମାଧ୍ୟରେ ଦୁଇ ବର୍ଷ ହେଲା ଜାଣିଥିଲେ। ତେବେ ସେମାନଙ୍କ ମିଳନରେ ବାଧକ ଥିଲେ ଦତ୍ତାଙ୍କ ପତ୍ନୀ ଅଶ୍ୱିନୀ(୨୫ ବର୍ଷ) ଓ ପୁଅ, ଝିଅ। ତେଣୁ ସେମୋନଙ୍କୁ ରାସ୍ତାରୁ ହଟାଇବା ପାଇଁ ଦତ୍ତା ଓ ସୋନାଲି ଷଡଯନ୍ତ୍ର କରିବା ସହିତ ଦତ୍ତାଙ୍କ ପୁରୁଣା ଚିହ୍ନା ଅପରାଧୀ ପ୍ରଶାନ୍ତ ଭୋର ଓ ପବନ ଯାଦବଙ୍କୁ ନିୟୋଜିତ କରିଥିଲେ।ଏଥିପାଇଁ ସେମାନଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇଥିଲେ। ଘଟଣା ଦିନ ଦତ୍ତାଙ୍କ ଝିଅ ଅନୁଷ୍କା ତାଙ୍କ ଅଜାଙ୍କ ଘରେ ରହିଯାଇଥିବା ବେଳେ ଅଶ୍ୱି୍ଵିନୀ ଓ ପୁଅ ଅନୁଜ ଦତ୍ତାଙ୍କ କାରରେ ଆସିଥିଲେ। ବାଟରେ ଏହି ସୁପାରି କିଲରଙ୍କ ଦ୍ୱାରା ଦତ୍ତା ଅଶ୍ୱିନୀ ଓ ତାଙ୍କ ଶିଶୁପୁତ୍ରଙ୍କୁ ହତ୍ୟା କରିଥିଲେ। ତେବେ ଘଟଣା ରାତି ସାଢ଼େ ୯ଟା ବେଳେ ଘଟିଥିବା ବେଳେ ଦତ୍ତା ରାତି ସାଢ଼େ ୧୧ଟା ପରେ ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେବାକୁ ନେଇ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ପୁଲିସ ସମସ୍ତ ଦତ୍ତା, ତାଙ୍କ ପେଅମିକା ସୋନାଳିଙ୍କ ସହିତ ୨ସୁପାରି କିଲରଙ୍କୁ ଗିରଫ କରି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର