ଖଣ୍ଡଗିରି: ସବ୍ଇନ୍ସପେକ୍ଟର ପତ୍ନୀଙ୍କୁ ନିର୍ଯାତନା ଦେବା ଓ ମାଡ଼ ମାରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ସ୍ୱାମୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଧା ପଲା ଗାଁର ସତୀଶ ନନ୍ଦ। ପୁଲିସ ସୂଚନାନୁସାରେ ମୟୂରଭଂଜ ଉଦଳା ଥାନାରେ କାମ କରୁଛନ୍ତି ମହିଳା ସବ୍ଇନ୍ସପେକ୍ଟର ମଧୁସ୍ମିତା କର। ୨୦୧୬ ମସିହା ଏପ୍ରିଲ୍ ମାସରେ ସେ ଖୋର୍ଧା ପଲା ଗାଁର ସତୀଶ ନନ୍ଦଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପୂର୍ବରୁ ସତୀଶ ନିଜକୁ ଏକ ବଡ଼ କମ୍ପାନିର ଇଂଜିିନିୟର ବୋଲି କହିଥିଲେ। ମାତ୍ର ବିବାହ ପରେ ସତୀଶ ଡିଉଟି ନ ଯାଇ ଘରେ ବସି ରହିବାରୁ ଜଣାଗଲା ଯେ ସେ ଚାକିରି କରି ନାହାନ୍ତି। ଭାଗ୍ୟକୁ ଆଦରି ମଧୁସ୍ମିତା ସତୀଶଙ୍କ ହାତ ଧରି ଘରସଂସାର କରିବାକୁ ସ୍ଥିର କରିନେଇଥିଲେ। ମାତ୍ର ତାଙ୍କ ସରଳପଣିଆ ଶେଷରେ ତାଙ୍କ ପାଇଁ ହିଁ କାଳ ହୋଇଥିଲା। ଦରମା ଟଙ୍କାରୁ ଭାଗ ପାଇବା ପାଇଁ ସତୀଶ ତାଙ୍କୁ ଇମୋସ୍ନାଲ୍ ବ୍ଲାକମେଲିଂ କରିବାକୁ ଆରମ୍ଭ କଲେ। ଜୋର୍ କରି ମାସକୁ ମାସ ଟଙ୍କା ନେଲେ। ଲୋକହସାକୁ ଡରି ମଧୁସ୍ମିତା ସତୀଶଙ୍କୁ ଟଙ୍କା ଗଣିବାକୁ ବାଧ୍ୟ ହେଉଥିଲେ। କିନ୍ତୁ ମଧୁସ୍ମିତାଙ୍କ ଅଭିଯୋଗ ଅନୁସାରେ ଗତ କିଛି ଦିନ ହେଲା ସତୀଶ ତାଙ୍କ ଏଟିଏମ୍ କାର୍ଡ ନେବାକୁ ଜିଦ୍ କରୁଛନ୍ତି। ମାତ୍ର ଏଟିଏମ୍ ଦେଉ ନଥିବାରୁ ସେ ବାରମ୍ବାର ଉଦଳା ଯାଇ ସେଠାରେ ଗଣ୍ଡଗୋଳ କରିଥିଲେ। ଗତ ୧୦ ତାରିଖ ଦିନ ମଧୁସ୍ମିତା ୟୁନିଟ୍-୮ସ୍ଥିତ ତାଙ୍କ ବାପଘରକୁ ଆସିଥିଲେ। ଖବର ପାଇ ସତୀଶ୍ ସେଠାରେ ପହଞ୍ଚି ମଧୁସ୍ମିତାଙ୍କୁ କାମ ବାହାନା କରି ରେଣ୍ଟାଲ କଲୋନି-ଭରତପୁର ରାସ୍ତାରେ ଏକ ସ୍ଥାନକୁ ନେଇ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ମାତ୍ର ମଧୁସ୍ମିତା ମନା କରିବାରୁ ସେ ସେଠାରେ ତାଙ୍କ ବେକରୁ ମଙ୍ଗଳସୂତ୍ର ଛିଡ଼ାଇବା ସହ ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବାଟରେ ଯାଉଥିବା କିଛି ଲୋକ ମଧୁସ୍ମିତାଙ୍କ ସପକ୍ଷରେ ବାହାରିବାରୁ ସତୀଶ ସେଠାରୁ ପଳାଇଥିଲେ। ଏ ନେଇ ମଧୁସ୍ମିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।
ଏସ୍ଆଇ ସ୍ତ୍ରୀଙ୍କୁ ମାଡ଼ ମାରି ସ୍ୱାମୀ ଗିରଫ
/sambad/media/post_attachments/wp-content/uploads/2018/07/arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)