ଯୌତୁକ ନିର୍ଯାତନାବନ୍ଧା ହେଲେ ସ୍ବାମୀ

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଅଭିଯୋଗରେ ମହିଳା ଥାନା ପୁଲିସ ୟୁନିଟ-୮ ନାରାୟଣୀ ବସ୍ତିର ଅଭିଯୁକ୍ତ ସ୍ବାମୀ ବଣ୍ଟି ପ୍ରଧାନଙ୍କୁ ଗିରଫ କରିଛି। ଅଧିକ ଯୌତୁକ ଦାବିରେ ବଣ୍ଟି ତାଙ୍କ ପତ୍ନୀଙ୍କୁ ବର୍ଷେ ହେଲା ନିର୍ଯାତନା‌ ଦେଇ ଆସୁଥିବା ଅଭିଯୋଗ ହେବା ପରେ ତାକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ତିନିବର୍ଷ ତଳେ ବଣ୍ଟି ଜାନକୀ ପ୍ରଧାନଙ୍କୁ ବିବାହ କରିଥିଲେ। ବିବାହ ପରେ ଘରୁ ଏକ ଗାଡ଼ି ଆଣିବା ପାଇଁ ଜାନକୀଙ୍କୁ ପ୍ରବର୍ତ୍ତାଉଥିଲେ। ଜାନକୀ ଘରେ ରାଜି କରାଇନପାରିବାରୁ ମାଡ଼ ଗାଳି ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ଏଭଳି ହେବାରୁ ଅତିଷ୍ଠ ହୋଇ ସ୍ବାମୀଙ୍କ ନାମରେ ଜାନକୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର