ପତ୍ନୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ, ସ୍ବାମୀ ଗିରଫ

ଭୁବନେଶ୍ବର: ପତ୍ନୀଙ୍କ ସହିତ ବିତେଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ସାମାଜିକ ଗଣ ମାଧ୍ୟମରେ ଭାଇରାଲ୍‌ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ସେ ହେଲେ ଖଣ୍ଡଗିରି ଅଞ୍ଚଳର ଉଦିତ୍‌ନାରାୟଣ ଭଟ୍ଟ(୨୫)। ପୁଲିସ ସୂଚନା ମୁତାବକ, ବର୍ଷେ ତଳେ ଉଦିତ ରୀନା(ଛଦ୍ମନାମ)ଙ୍କୁ ପ୍ରେମ ବିବାହ କରିଥିଲେ। କୌଣସି କାରଣକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଫଳରେ ବିବାହର କିଛିଦିନ ପରେ ଉଭୟ ଅଲଗା ରହିଥିଲେ। ଉଦିତ୍‌ କିଛିଦିନ ତଳେ ପତ୍ନୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲା। ରୀନା ଭିଡିଓ ଭାଇରାଲ୍‌ ହୋଇଥିବା କଥା ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଦିତ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର