ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ମୌରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ନିଜ ସ୍ତ୍ରୀର ଛାତି ଓ ଗୁପ୍ତାଙ୍ଗକୁ ବ୍ଲେଡ ଦ୍ବାରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ସ୍ବାମୀ ସ୍ତ୍ରୀ ଉପରେ ଏଭଳି ଆକ୍ରମଣ କରି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ଏଭଳି ଏକ ଲୋମଟାଙ୍କୁରା ଘଟଣା ଲକ୍ଷ୍ମୌର ଗୋସାଇଗଞ୍ଜ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସହିତ ଘଟିଛି। ପୀଡିତଙ୍କ ବିବାହ ରବୀନ୍ଦ୍ର ନାମକ ଯୁବକ ସହିତ ୬ବର୍ଷ ପୂର୍ବେ ହୋଇଥିଲା। ତେବେ ବିବାହକୁ ଏତେ ବର୍ଷ ବିତିଯାଇଥିଲେ ବି ମହିଳାଙ୍କ କୌଣସି ସନ୍ତାନ ହୋଇ ନଥିବାରୁ ରବୀନ୍ଦ୍ର ରାଗି ଯାଇଥିଲା। ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ବି ହୋଇଥାଏ। ତେବେ ଏହି ଝଗଡ଼ା ଏତେ ବଢ଼ି ଯାଇଥିଲା କି ରବୀନ୍ଦ୍ରର ସ୍ତ୍ରୀ ତାଙ୍କ ବାପଘରକୁ ଚାଲି ଯାଇଥିଲେ। ଆଉ ଗତ ଆଠମାସ ହେବ ବାପଘରେ ହିଁ ରହୁଥିଲେ।
ଖ୍ରୀଷ୍ଟମାସ ଦିନ ରବୀନ୍ଦ୍ର ଶ୍ବଶୁର ଘରକୁ ଯାଇ ନିଜ ସ୍ତ୍ରୀକୁ ସାଙ୍ଗରେ ନେଇ ଆସିଥିଲା। ଆଉ ଘରେ ପହଞ୍ଚିବା ପରେ ସ୍ତ୍ରୀର ପିଲା ହେଉ ନଥିବାରୁ ପୁଣି ସେହି କଥାକୁ ଉଠାଇ ତାଙ୍କୁ ମାଡ଼ ମାରିବା ସହିତ ଛାତି ଓ ଗୁପ୍ତାଙ୍ଗକୁ ବ୍ଲେଡରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା ରବୀନ୍ଦ୍ର। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/Blade-attack.jpg)
