ହାଇଦ୍ରାବାଦ: ବଡ଼ ଧୁମ୍ଧାମରେ ବିବାହ ସରିଲା। ସ୍ୱାମୀ ଜଣକ ସରକାରୀ ସ୍କୁଲର ଶିକ୍ଷକ ହୋଇଥିବା ବେଳେ ୨୪ ବର୍ଷୀୟା ସ୍ତ୍ରୀ ଜଣେ ଏମବିଏ ଛାତ୍ରୀ। ମାତ୍ର ଚତୁର୍ଥୀ ରାତିରେ ସବୁ କିଛି ଓଲଟପାଲଟ ହୋଇଗଲା। ସ୍ତ୍ରୀ ସେହି ରାତିରେ ଜାଣିଲେ ଯେ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ନଂପୁସକ। ତେଣୁ ଏ କଥା ସେ ତାଙ୍କମାଆଙ୍କୁ କହି ଦେବାରୁ ଉତକ୍ଷିପ୍ତ ସ୍ୱାମୀ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଆଘାତ କରିବା ସହିତ ଏକ ଫଳ କଟା ଛୁରିରେ ଶରୀର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଛନ୍ତି। ପାଟି ଶୁଣି ପରିବାର ଲୋକେ କବାଟ ଭାଙ୍ଗି ଘରେ ପଶି ରକ୍ତ ଜୂଡୁବୁଡୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲା ଗଙ୍ଗାଧରନେଲୋର ବ୍ଲକ୍ର ମଦରଙ୍ଗାପଲ୍ଲୀ ଗ୍ରାମର ରାଜେଶ ନାମକ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କର ବିଜୟା (ଛଦ୍ମନାମ,୨୪ ବର୍ଷ) ନାମ୍ନୀ ଜଣେ ଦ୍ୱିତୀୟ ବାର୍ଷିକ ଏମବିଏ ଛାତ୍ରୀଙ୍କ ସହିତ ଗତ ଡିସେମ୍ବର ୧ ତାରିଖ ଦିନ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ରାତ୍ରୀରେ ବରବଧୁ ମଧୁଶଯ୍ୟା ପାଇଁ ଯାଇଥିିବା ବେଳେ ବିଜୟା ଜାଣି ପାରିଥିଲେ ଯେ ରାଜେଶ ଜଣେ ନଂପୁସକ। ମାତ୍ର ରାଜେଶ ଏହି କଥା ବାହାରେ ପ୍ରଘଟ ନ କରିବା ପାଇଁ ବିଜୟା ଙ୍କୁ ବାଧ୍ୟ କରିଥିଲେ। ମାତ୍ର ବିଜୟା ରାଜେଶଙ୍କ କଥା ନ ଶୁଣି ବାହାରକୁ ଆସି ରାଜେଶଙ୍କ ମାଆକୁ ଏହା କହିଥିଲେ। ନିଜ ପୁଅର ଦୋଷ ତ୍ରୁଟି ଜାଣିଥିବା ସତ୍ତ୍ୱେ ବିଜୟାଙ୍କୁ ତାଙ୍କ ଶାଶୁ ବୁଝାଇଥିଲେ ଯେ ପ୍ରକୃତରେ ସେପରି କିଛି ନାର୍ହିଁ, ରାଜେଶ ନର୍ଭସ ହୋଇ ଯାଇଥିବାରୁ ବିଜୟାଙ୍କୁୁ ସେପରି ଲାଗୁଛି। ଏହା କହି ବିଜୟାଙ୍କୁ ତାଙ୍କ ଶାଶୁ ପୁଣି ରାଜେଶଙ୍କ ପାଖକୁ ପଠାଇ ଦେଇଥିଲେ। ମାତ୍ର ସେତେବେଳକୁ ରାଜେଶ ପ୍ରତିହିଂସା ପରାୟଣ ହୋଇ ସାରିଥିଲେ। ବିଜୟା ଘର ଭିତରକୁ ଯିବା ମାତ୍ରେ ସେ କବାଟ ଦେଇ ତାଙ୍କ ଛାତି ଉପରେ ବସି ତାଙ୍କୁ ମାଡ଼ ମାରିଥିଲେ। ଏପରିକି ବିଜୟାଙ୍କ ସମ୍ବେଦନଶୀଳ ଅଙ୍ଗରେ ଆଘାତ କରିବା ସହିତ ଫଳ କାଟିବା ପାଇଁ ରଖାଯାଇଥିିବା ଏକ ଛୁରି ଆଣି ବିଜୟାଙ୍କୁ ଆକ୍ରମଣ କରିଥିଲେ। ଏପରିକି ରାଜେଶ ବିଜୟାଙ୍କୁ ବିଭିନ୍ନ ସ୍ଥାନରେ କାମୁଡ଼ି ପକାଇଥିଲେ। ବିଜୟା ଯେତେ ଚେଷ୍ଟା କଲେ ମଧ୍ୟ ରାଜେଶଙ୍କ କବଳରୁ ମୁକୁଳି ପାରି ନ ଥିଲେ। ତେବେ ଏହି ସମୟରେ ଏକ କାଚ ଗ୍ଲାସ ତଳେ ପଡ଼ି ଭାଙ୍ଗିଯିବାରୁ ରାଜେଶଙ୍କ ପରିବାର କିଛି ଅଘଟଣ ଘଟିଛି ବୋଲି ସନ୍ଦେହ କରି କବାଟ ବାଡ଼େଇ ଥିଲେ। ମାତ୍ର ରାଜେଶ କବାଟ ଖୋଲି ନ ଥିଲେ। ବରଂ ଏହି ସମୟରେ ଏକ ଟାେଓ୍ଵଲରେ ବିଜୟାଙ୍କ ତାଙ୍କ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ। ଶେଷରେ ପରିବାର ଲୋକେ ଘରର କବାଟ ଭାଙ୍ଗି ଭିତରେ ପଶି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବିଜୟାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ନେଇ ବିଜୟାଙ୍କ ପକ୍ଷରୁ ଗଙ୍ଗାଧର ଥାନାରେ ଏତଲା ଦିଆଯିବା ପରେ ପୁଲିସ ଦଫା୩୨୪ ଓ ୫୦୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବିଜୟାଙ୍କୁ ପ୍ରଥମେ ଚିତୋର ଡାକ୍ତରଖାନା ରେ ଭର୍ତ୍ତି କରିଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ତିରୁପତି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଚତୁର୍ଥୀ ରାତିରେ ସ୍ତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଆଘାତ କରି ହତ୍ୟା ଉଦ୍ୟମ କଲେ ନଂପୁସକ ସ୍ୱାମୀ
/sambad/media/post_attachments/wp-content/uploads/2017/12/girl-totrure-photo-credit-news-minute.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)