ଆଗ୍ରା: ତାଜ ନଗରୀ ଆଗ୍ରାରେ ଜଣେ ଯୁବକ ପତ୍ନୀକୁ ନିଜ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରିବା ପରେ ଚପଲରେ ବାଡେଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓଟି ତାଜଗଞ୍ଜ ଅଞ୍ଚଳର ଏକ ହୋଟେଲର ବୋଲି କୁହାଯାଉଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ପ୍ରଥମେ ଜଣେ ଯୁବକ ନିଜ ପତ୍ନୀକୁ ଚାପୁଡ଼ା ମାରୁଛନ୍ତି। ଏତିକିରେ ତାଙ୍କ ମନ ବୁଝିଲା ନାହିଁ ଯେ ସେ ନିଜ ଚପଲ ଖୋଲି ପତ୍ନୀଙ୍କୁ ଖୁବ ବାଡେଇ ଚାଲିଥିଲେ।
ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତି ଜଣକ ପତ୍ନୀଙ୍କୁ ଗୋଟିଏ ମିନିଟରେ ପାଖାପାଖି ୩୦ ଥର ଚପଲ ମାଡ ମାରିଥିଲେ | ଚପଲ ମାଡ଼ରୁ ନିଜକୁ ବଂଚାଇବାକୁ ମହିଳା ଜଣକ ଯେତେ ଚେଷ୍ଟା କରିଥିଲେ ହେଁ ପତିଙ୍କ କବଳରୁ ସେ ମୁକୁଳି ପାରି ନଥିଲେ। ସ୍ବାମୀ ଏଭଳି କାଣ୍ଡ କରୁଥିବା ବେଳେ ତାଙ୍କ ପାଖରେ ଛିଡ଼ା ହୋଇଥିବା ଆଉ ଜଣଙ୍କୁ ସେ ଏହି ଘଟଣାର ଭିଡିଓ କ୍ୟାମେରାରେ କୈଦ କରିବାକୁ କହୁଥିବା ଶୁଣିବାକୁ ମିଳୁଛି।
ତେବେ ଏହି ଘଟଣାଟି ତାଜଗଞ୍ଜ ଅଞ୍ଚଳରେ ଘଟିଛି। ଏଠାରେ ଏକ ହୋଟେଲରେ ନିଜ ପତ୍ନୀ ଅନ୍ୟ ଜଣେ ପୁରୁଷଙ୍କ ସହିତ ଥିବା ନେଇ ସ୍ବାମୀ କୌଣସି ସୂତ୍ରରୁ ଜାଣି ନେଇଥିଲେ। ଏହାପରେ ସେ ଆକସ୍ମିକ ଭାବେ ହୋଟେଲରେ ପହଁଞ୍ଚି ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରି ନେଇଥିଲେ | ଏହାପରେ ସେ ପତ୍ନୀଙ୍କୁ ଚପଲ ଖୋଲି ମନ ଇଚ୍ଛା ବାଡେଇ ଚାଲି ଥିଲେ | ସେ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ ବି କରି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/agra-man.jpg)