ମୁମ୍ବାଇ: ବେଳେବେଳେ ଏମିତି ବି ହୁଏ ! ମୁମ୍ବାଇର ଜଣେ ୨୮ବର୍ଷୀୟ ବ୍ୟବସାୟୀ ତାଙ୍କ ପତ୍ନୀଙ୍କ ମୃତ ଶରୀରକୁ କାର ପଛ ସିଟ୍ରେ ରଖି ଆଠ ଘଣ୍ଟା ବୁଲାଇବା ପରେ ଡାକ୍ତରଖାନାକୁ ନେଇଥିବା ଜଣାପଡ଼ିଛି। ଏହି ବ୍ୟକ୍ତିଙ୍କ ନାମ ସୋକ୍ଲାରାମ୍ ପୁରୋହିତ। ବର୍ତ୍ତମାନ୍ ପୁଲିସ ତାଙ୍କୁ ଗିରଫ କରି ନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ର ଅନୁସାରେ, ଜୁନ୍ ୬ ତାରିଖ ଦିନ ପୁରୋହିତ ରାତି ପ୍ରାୟ ୧.୩୦ ମିନିଟ୍ରେ ଘରକୁ ଫେରି ଦେଖିଥିଲେ ତାଙ୍କ ପତ୍ନୀ ମନିବେନ୍ ଆତ୍ମହତ୍ୟା କରିଛନ୍ତି। ସେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ। ଏହାପରେ ପୁରୋହିତ ପତ୍ନୀଙ୍କ ମୃତ ଶରୀରକୁ ତାଙ୍କ କାରର ପଛ ସିଟ୍ରେ ଶୋଇ ଦେଇ ଘରୁ ବାହାରି ଯାଇଥିଲେ। ଏହାପରେ ସେ ତାଙ୍କ ସଂପ୍ରଦାୟ ଦ୍ୱାରା ପରିଚାଳିତ ଏକ ହସ୍ପିଟାଲକୁ ନେବା ପାଇଁ ଯୋଜନା କରୁଥିଲେ। କିନ୍ତୁ ଏପରି ନକରି କୌଣସି ସରକାରୀ ହସ୍ପିଟାଏକୁ ପତ୍ନୀଙ୍କ ମୃତ ଶରୀରକୁ ନେବାକୁ ତାଙ୍କର ଜଣେ ସଂପର୍କୀୟ ପରାମର୍ଶ ଦେଇଥିଲେ।
ଏପରି ଭାବେ ୮ଘଣ୍ଟା ଗାଡ଼ିରେ ବୁଲିବା ପରେ ସକାଳ ୯.୩୦ରେ ସେ ମୁମ୍ବାଇର କାନ୍ତିଭିଲି ସରକାରୀ ହସ୍ପିଟାଲରେ ପହଞ୍ଚିଥଲେ। ପତ୍ନୀଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିବା ସହ ପୁଲସିକୁ ଖବର ଦେଇଥିଲେ। ବର୍ତ୍ତମାନ ସୋକ୍ଲାରାମ୍ଙ୍କୁ ପୁଲିସ ଗିରଫ କରିଛି। ପତ୍ନୀଙ୍କ ଆତ୍ମହତ୍ୟା ଲାଗି ସେ ଦାୟୀ ବୋଲି ପୁଲିସ ସନ୍ଦେହ କରୁଛି।