ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦରେ ସ୍ତ୍ରୀକୁ ପ୍ରେମିକ ସହ ବୁଲିବା ଦେଖି ସହି ପାରିଲେ ନାହିଁ ସ୍ବାମୀ। ସ୍ତ୍ରୀକୁ ଅଟକାଇବା ପାଇଁ ସ୍ବାମୀ ଚେଷ୍ଟା କରୁଥିବା ବେଳେ କାର ଚଲାଉଥିବା ପ୍ରେମିକ ଜଣକ ଗାଡ଼ି ନଅଟକାଇ ଆଗକୁ ମାଡ଼ି ଯାଇଥିଲେ। ଫଳରେ  ମହିଳାଙ୍କ ସ୍ବାମୀ କାର ବୋନେଟ ଉପରେ ପଡ଼ି ଯାଇଥିଲେ। ଏପରି ଅବସ୍ଥାରେ ଚାଳକ କିଛିକିଲୋମିଟର ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଘୋଷାଡ଼ି ନେଇଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Advertisment

ପୀଡ଼ିତ ସ୍ବାମୀ ଏହି ଘଟଣାକୁ ନେଇ କହିଛନ୍ତି, ‘ସମ୍ପୂର୍ଣ୍ଣ ଘଟଣା କଟଘର ଅଞ୍ଚଳସ୍ଥ ଆରଟିଓ ନିକଟରେ ଘଟିଛି। ଜାନୁଆରି ୧୫ ତାରିଖ ସନ୍ଧ୍ୟା ୬.୩୦ରେ ମାହିର ନାମକ ବ୍ୟକ୍ତିଙ୍କ ସହିତ ମୁଁ ମୋ ସ୍ତ୍ରୀକୁ କାରରେ ବସି ଯିବାର ଦେଖିବାକୁ ପାଇଥିଲି। ଏହାପରେ ମୋର ସନ୍ଦେହ ସ୍ପଷ୍ଟ ହୋଇଯାଇଥିଲା। କାରଣ ମୋ ସ୍ତ୍ରୀର ମାହିରଙ୍କ ସହିତ ପ୍ରେମ ସମ୍ପର୍କ ଥିବା ନେଇ ମୋତେ ଅନେକ ଦିନରୁ ସନ୍ଦେହ ହୋଇଥିଲା।

ମୁଁ ବଜାରକୁ ଆସିଥିବା ବେଳେ ମୋ ସ୍ତ୍ରୀକୁ ମାହିର ସହିତ କାରରେ ବସି ଯାଉଥିବା ଦେଖିବାକୁ ପାଇଥିଲି। ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ମୁଁ ମାହିର ଚଲାଉଥିବା ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲି। କିନ୍ତୁ ମାହିର ଓ ମୋ ସ୍ତ୍ରୀ ଭୟରେ ଗାଡ଼ି ନଅଟକାଇ ମୋତେ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲେ।

ଏହି ଧକ୍କାରେ ମୁଁ କାର ବୋନେଟ ଉପରକୁ ଛିଟିକି ପଡ଼ିଥିଲି। ଏପରି ଅବସ୍ଥାରେ ମାହିର ମୋତେ କିଛି କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଲୋକେମାନେ ଏପରି ଅବସ୍ଥା ଦେଖି ମାହିରଙ୍କ ଗାଡ଼ି ଅଟକାଇ ପୁଲିସ ଜିମା ଦେଇଥିଲେ। ସ୍ତ୍ରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।