‘ବାପା ! ମୁଁ ମରିବା ପରେ ମୋ ସ୍ତ୍ରୀର ପୁର୍ନବିବାହ କରିବ’

ହାଇଦ୍ରାବାଦ୍‌ : କିଛି ଦିନ ମଧ୍ୟରେ ହାଇଦ୍ରାବାଦ୍‌ର ବିଭିନ୍ନ ସ୍ଥାନରେ ଅନେକ ଅପରାଧ ଘଟି ଚାଲିଥିବା ବେଳେ ପୁଣିି ଏକ ଅପରାଧ ଖବର ସାମ୍ନାକୁ ଆସିଛି । ପୂର୍ବରୁ ଜଣେ ସ୍ୱାମୀ ସ୍ତ୍ରୀ ଏବଂ ତା’ ପ୍ରେମିକର ଅଶ୍ଳୀଳ ଭିଡ଼ିଓ ଦେଖି ଆତ୍ମହତ୍ୟା କରିଥିବା ବେଳେ ପୁଣି ଜଣେ ଯୁବକ ନିଜ ସ୍ତ୍ରୀ ପାଇଁ ଆତ୍ମହତ୍ୟା କରିଛନ୍ତି ବୋଲି ଜଣା ପଡ଼ିଛି । ଶେଷ ଇଚ୍ଛାରେ ସ୍ତ୍ରୀର ପୁର୍ନବିବାହ କରିବ ବୋଲି ସେ ତାଙ୍କ ବାପାଙ୍କୁ ଅନୁରୋଧ କରିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Siasat

ସୂଚନା ମୁତାବକ, ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା ଚେରୀ କିଛି ଦିନ ହେବ ଚିନ୍ତାଗ୍ରସ୍ତ ଥିଲେ । କିନ୍ତୁ ଚେରୀଙ୍କର ତାଙ୍କ ସ୍ତ୍ରୀଙ୍କ ସହ କୌଣସି ଝଗଡ଼ା ହୋଇ ନ ଥିଲା ବୋଲି ବୋଲି ପରିବାର ଲୋକ କହିଛନ୍ତି । ସେ ଚାପଗ୍ରସ୍ତ ହେବାର ମୁଖ୍ୟ କାରଣ କ’ଣ ତାହା ପରିବାର ଲୋକ ମଧ୍ୟ ସ୍ପଷ୍ଟ ଭାବେ କହି ପାରି ନାହାନ୍ତି ।
ମୃତ ଦେହ ପାଖରୁ ଜବତ କରାଯାଇଥିବା ଶେଷ ଚିଠିରେ ମୁଁ ଯିବା ପରେ ମୋ ସ୍ତ୍ରୀର ପୁର୍ନବିବାହ କରିବ ବୋଲି ତାଙ୍କ ବାପାଙ୍କୁ ଚିଠି ଲେଖିଥିବା ପୁଲିସ ସୂଚନା ଦେଇଛି । ତେବେ ସେ କ’ଣ ପାଇଁ ଏପରି ଲେଖିଲେ ଏବଂ ତାଙ୍କ ମୃତ୍ୟୁ ପଛର କାରଣ କ’ଣ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର