ଫୋନରେ ସ୍ତ୍ରୀ ସହ ଝଗଡ଼ା କରିବା ପରେ ରାସ୍ତା ଉପରେ ଟ୍ରକ୍ ରଖି କେନାଲକୁ ଡେଇଁ ଆତ୍ମହତ୍ୟା କଲେ ସ୍ବାମୀ

ଜୟପୁର: ଜୟପୁର ଅଞ୍ଚଳରେ ଆଜି ଏକ  ଦୁଃଖଦ ଘଟଣା ଘଟିଛି। ଫୋନରେ ସ୍ତ୍ରୀ ସହ ଝଗଡା କରିବା ପରେ ସ୍ୱାମୀ କେନାଲକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। । ମୃତ ଡ୍ରାଇଭର ଜଣକ ଆନ୍ଧ୍ରପ୍ରଦେଶ ସାଲୁର ଅଞ୍ଚଳର ଏମ୍ ଶିବା ବୋଲି ଜଣାପଡିଛି ।

ସୂଚନା‌ଯୋଗ୍ୟ, ଏମ୍ ଶିବା ଟ୍ରକ୍ ନେଇ ଆନ୍ଧ୍ରପ୍ରଦେଶରୁ ମଧ୍ୟପ୍ରଦେଶ ଆସୁଥିବା ସମୟରେ ତାଙ୍କ ସ୍ତ୍ରୀ ଫୋନ କରିଥିଲେ। ଫୋନରେ କଥା ହେଉଥିବା ବେଳେ ଶିବା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ସ୍ବାମୀ ରାଗି ଯାଇ ସ୍ତ୍ରୀର କୌଣସି କଥା ନଶୁଣି ରାସ୍ତା ମଝିରେ ଟ୍ରକ୍ ଛିଡ଼ା କରି ପାଖରେ ଥିବା ଏକ କେନାଲକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ।

ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ଜୟପୁର ଟାଉନ ଥାନା ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ  ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ସମ୍ବନ୍ଧିତ ଖବର