ନୂଆଦିଲ୍ଲୀ: ଝାନସୀ ଥାନା ଉଲ୍ଲଦନ ଅଞ୍ଚଳସ୍ଥ ପଲରା ଗ୍ରାମରେ କରବା ଚୌଥ ଦିନ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ କରବାଚୌଥ ବ୍ରତ ପାଇଁ ପ୍ରସ୍ତୁତି କରୁଥିବା ବେଳେ ସ୍ବାମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
କରବା ଚୌଥ ଦିନ ସଚିନଙ୍କ ସହିତ ଘରେ ତାଙ୍କ ପତ୍ନୀ ଓ ମା’ ଥିଲେ। କୌଣସି କାରଣରୁ ନେଇ ସେମାନଙ୍କ ମଧ୍ୟରେ କଳହ ହୋଇଥିଲା । ସ୍ତ୍ରୀ ତଳ ଘରେ ସ୍ବାମୀଙ୍କ ଦୀର୍ଘ ଆୟୁଷ କାମନା କରି କରବା ଚୌଥ ବ୍ରତ ରଖି ପୂଜା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ଏହି ସମୟରେ ସଚିନ ପାରିବାରିକ କଳହକୁ କେନ୍ଦ୍ର କରି କାହାକୁ କିଛି ନକହି ଉପର ଘରକୁ ଯାଇ ଏକ କଠୋରୀରେ ନିଜକୁ ବନ୍ଦ କରି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
/sambad/media/post_attachments/17522eb4cecd8c5dfc9d3cc28608fc7afefe80b4fb6a4a6b942ff265b3909d02.jpeg)
ଦୀର୍ଘ ସମୟ ଧରି ସଚିନ ତଳକୁ ନଆସିବାରୁ ପତ୍ନୀ ସଙ୍ଗୀତା ସ୍ବାମୀଙ୍କୁ ଖୋଜିଖୋଜି ଉପରୁ ଯାଇଥିଲେ। କଠୋରୀ ଭିତରେ ସଚିନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଜୋର ପାଟି କରି ଅଚେତ ହୋଇ ପଡିଥିଲେ। ସଙ୍ଗୀତାଙ୍କ ପାଟି ଶୁଣି ତଳେ ଥିବା ଅନ୍ୟ ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସଚିନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସଚିନଙ୍କ ପିତା ତିନିବର୍ଷ ପୂର୍ବରୁ ଆତ୍ମହତ୍ୟା କରିଥିବା ବେଳେ ଏକମାତ୍ର ଭରସା ଥିଲା ସଚିବ। ଏବେ ସଚିନ ଚାଲିଗଲା ପରେ ଦୁଃଖର ପାହାଡ ଛିଣ୍ଡି ପଡ଼ିଛି ବୋଲି ମା’ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/868093.jpg)