ଫୋନ୍‌ ବ୍ୟସ୍ତ ଥିବା ହେତୁ ସଙ୍ଗରୋଧ କେନ୍ଦ୍ର ଛାତରୁ ଡେଇଁ ଘରେ ପହଞ୍ଚି ପତ୍ନୀଙ୍କ ହାତ କାଟି ଦେଲେ ଓଡ଼ିଶା ଫେରନ୍ତା ଶ୍ରମିକ

ଜସପୁର: ଛତିଶଗଡ଼ର ଜସପୁର ଜିଲ୍ଲାର ବଗିଚା ଥାନା ଅଧୀନରେ କରୋନା ସନ୍ଦିଗ୍ଧଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ତିଆରି କରାଯାଇଛି। ତେବେ ଏହି ସଙ୍ଗରୋଧ କେନ୍ଦ୍ର ଛାତରୁ ଡ଼େଇଁ ଜଣେ ବ୍ୟକ୍ତି ଫେରାର ହେବା ସହ ଘରେ ପହଞ୍ଚି ପତ୍ନୀଙ୍କ ଉପରେ ଆକ୍ରମଣ କରି ତାଙ୍କ ହାତକୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ ପୁଲିସ ଆକ୍ରମଣକାରୀ ସ୍ୱାମୀକୁ ଗିରଫ କରି ନେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମ ଲଳିତ କୋରଓ୍ଵା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଲଳିତ କୋରଓ୍ଵା ଓଡ଼ିଶାରେ ରହି କାମ କରନ୍ତି। ତେବେ କେରାନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହେବା ପରେ କାମଧନ୍ଦା ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିଲା। ଏହି କାରଣରୁ ସମସ୍ତ ପ୍ରବାସୀ ଶ୍ରମିକ ନିଜନିଜ ଘରକୁ ବାହୁଡ଼ି ଯାଇଥିଲେ। କିନ୍ତୁ ସେମାନଙ୍କ ଶରୀରରେ କରୋନା ସଂକ୍ରମିତ ଥିବା ସନ୍ଦେହ କରି ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଥିଲା।

Jashpur Crime: Late night wife was talking on mobile angry husband ...
Naidunia

ଏହି କ୍ରମରେ ଲଳିତ ବି ନିଜ ଘରକୁ ଫେରି ଜସପୁର ଜିଲ୍ଲାର ବଗିଚା ଥାନା ଅନ୍ତର୍ଗତ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଏଠାରେ ସେ ଗତ ୬ଦିନ ହେବ ରହି ଆସୁଥିଲେ। ଗତ ବୁଧବାର ରାତିରେ ସେ ଏହି ସଙ୍ଗରୋଧ କେନ୍ଦ୍ରରେ ରହି ପତ୍ନୀଙ୍କୁ ଫୋନ୍‌ କରି ଥିଲେ। କିନ୍ତୁ ଏହି ସମୟରେ ତାଙ୍କ ପତ୍ନୀ ଅନ୍ୟ ଜଣଙ୍କ ସହ କଥା ହେଉ ଥିବାରୁ ଫୋନ୍‌ ବ୍ୟସ୍ତ ଅଛି ବୋଲି କହିଥିଲା। ଏଥିରେ ଲଳିତ ଉତକ୍ଷିପ୍ତ ହୋଇ ଯାଇଥିଲେ। ସେ ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ। ଶେଷରେ ଲଳିତ ସୁଯୋଗ ଦେଖି ସଙ୍ଗରୋଧ କେନ୍ଦ୍ରର ଛାତରୁ ଡେଇଁ ନିଜ ଘରେ ଯାଇ ପହଞ୍ଚି ଯାଇଥିଲେ। ସେଠାରେ ସ୍ୱାମୀଙ୍କୁ ଦେଖି ସ୍ତ୍ରୀ କିଛି ବୁଝିବା ପୂର୍ବରୁ ଲଳିତ ଧାରୁଆ ଛୁରୀ ସାହାଯ୍ୟରେ ପତ୍ନୀଙ୍କ ହାତକୁ କାଟି ଦେଇଥିଲେ।

ସମ୍ବନ୍ଧିତ ଖବର