ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ବାମୀ କାଟି ଦେଲା ସ୍ତ୍ରୀର ନାକ ଓ ଓଠ; ହସ୍ପିଟାଲରୁ ମହିଳା ଫୋନ କରି ପୁଲିସକୁ କଲେ ଅଭିଯୋଗ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଦ୍ଧପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମଦ୍ୟପ ସ୍ବାମୀ ନିଜ ସ୍ତ୍ରୀର ନାକ ଓ ଓଠ କାଟି ଦେଇଛନ୍ତି। ସ୍ତ୍ରୀ ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ବାମୀ ଏଭଳି କାମ କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀକୁ ପଡ଼ିଶାଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲ ବିଛଣାରୁ ମହିଳା ଜଣକ ପୁଲିସକୁ ଫୋନ କରି ସ୍ବାମୀଙ୍କ ଏଭଳି କାଣ୍ଡ ବିଷୟରେ ଜଣାଇଥିଲେ।

ଏଭଳି ଏକ ଘଟଣା ଯୋଦ୍ଧପୁରର ପ୍ରତାପନଗର ପୁଲିସ ଥାନା ଅଞ୍ଚଳରେ ଘଟିଛି। ପୁଲିସ ସବଇନ୍ସପେକ୍ଟର ରାମକୃଷ୍ଣଙ୍କ କହିବାନୁସାରେ,  ଗୁଜରାଟୀ କଲୋନିରେ ବସବାସ କରୁଥିବା ୪୫ବର୍ଷୀୟ ମହିଳା ଫୋନ କରି ଘଟଣା ସମ୍ପର୍କରେ ପୁଲିସକୁ ସବୁ କଥା କହିଥିଲେ।

Husband cuts off wife's nose, lips in Rajasthan as she denied to give her

ସେ ପୁଲିସକୁ ଅଭିଯୋଗ କରି କହିଥିଲେ କି ତାଙ୍କ ସ୍ବାମୀ ଦିନସାରା ମଦ ପିଉଥିଲେ। ସନ୍ଧ୍ୟା ହେବାରୁ ସେ ଆହୁରି ମଦ ପିଇବା ପାଇଁ ତାଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ସେ ମନା କରି ଦେଇଥିଲେ। ବାସ ଏଇ କଥାକୁ ନେଇ ସ୍ବାମୀ ରାଗି ଯାଇ ପାଖରେ ଥିବା ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ନାକ ଆଉ ଓଠକୁ କାଟି ପକାଇଥିଲେ। ଏହାଦ୍ବାରା ସେ ଗଭୀର ଭାବେ ଆହତ ହୋଇଥିଲେ।

ଏହି ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ବାବୁଲାଲଙ୍କୁ ଗିରଫ କରିବା ସହିତ ହତ୍ୟା ମାମଲା ରୁଜୁ କରିଛି। ପୀଡିତା ମହିଳାଙ୍କ ଦୁଇଟି ସନ୍ତାନ ଅଛନ୍ତି।  ମହିଳା ଜଣକ କିଛିଦିନ ହେବ ବାବୁଲାଲ ଠାରୁ ଅଲଗା ହୋଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖରେ ରହୁଥିଲେ। ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେବାପରେ ମହିଳା ପୁଣି ବାବୁଲାଲ ପାଖରେ ଆସି ରହୁଥିବା ପୁଲିସ ସୂତ୍ରରୁ ପ୍ରକାଶ।

 

ସମ୍ବନ୍ଧିତ ଖବର